ପୁରୀ: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 80ତମ ଜନ୍ମଦିନ । ଏହି ଅବସରରେ, ପୁରୀ ସୁଦର୍ଶନ ବାଲୁକା କଳା ଅନୁଷ୍ଠାନର ଛାତ୍ରୀ ସୋନାଲି ଆଲୁକ ଏବଂ ରିତା କବାସୀ ନବୀନଙ୍କୁ ଜନ୍ମଦିନର ଶୁଭେଛା ଜଣାଇବା ପାଇଁ ଏକ ସୁନ୍ଦର ବାଲୁକା ଆନିମେସନ୍ (ସାଣ୍ଡ ଆନିମେସନ୍) କରିଛନ୍ତି ।ଏହି ଆକର୍ଷଣୀୟ ବାଲୁକା ଆନିମେସନ୍ରେ ଲେଖାଯାଇଛି, "80ତମ ଜନ୍ମଦିନର ଶୁଭେଚ୍ଛା ନବୀନ ପଟ୍ଟନାୟକ ସାର୍"16 ଅକ୍ଟୋବର 1946 ମସିହାରେ ଜନ୍ମଗ୍ରହଣ କରିଥିବା ନବୀନ ପଟ୍ଟନାୟକ, ତାଙ୍କ ପିତା, କିମ୍ବଦନ୍ତୀ ନେତା ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ରାଜନୀତିରେ ପ୍ରବେଶ କରିଥିଲେ । 1997 ମସିହାରେ ଜଣେ ରାଜନୈତିକ ନବାଗତରୁ ଓଡ଼ିଶାର ସବୁଠାରୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ, ତାଙ୍କ ଯାତ୍ରା ରାଜ୍ୟର ରାଜନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିଥିଲା । ଲଗାତାର ଭାବରେ ଦୀର୍ଘ 24 ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳି ଥିଲେ । ବର୍ତ୍ତମାନ ସେ ବିରୋଧୀ ଦଳ ନେତା ରହିଛନ୍ତି ।ଏହା ମଧ୍ଯ ପଢ଼ନ୍ତୁ...ବଦଳୁଛି ନବୀନଙ୍କ ରାଜନୈତିକ ଆଭିମୁଖ୍ୟ ! ଟ୍ରେଣ୍ଡକୁ ଆଗୁଆ ଆକଳନ କରି ରଣନୀତି ବଦଳାଉଛି କି ବିଜେଡି ?ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା: ୧୦ ହଜାରରୁ ଅଧିକ କର୍ମକର୍ତ୍ତା ସାମିଲଇଟିଭି ଭାରତ, ପୁରୀ
Comments