Skip to playerSkip to main content
  • 11 minutes ago
ସମ୍ବଲପୁର: ଆଜି ସ୍ଵାଧୀନତା ସଂଗ୍ରାମୀ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ । ଏହି ଅବସରରେ ସମ୍ବଲପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ସହରର ଅଇଁଠାପାଲି ଛକସ୍ଥିତ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

 ଏହି ଅବସରରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି । ଭାରତୀୟ ସମାଜ, ସ୍ଵାଧୀନତା ସଂଗ୍ରାମ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ ପାଇଁ ତାଙ୍କର ଅବଦାନ ଆମ ସମସ୍ତଙ୍କ ପାଇଁ ଏକ ମହାନ ଆଦର୍ଶ ହୋଇ ରହିବ ।"
ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ସାରା ଦେଶରେ 'ଜନଜାତି ଗୌରବ ଦିବସ' ଭାବେ ପାଳନ କରିବାର ମାନ୍ୟତା ଦିଆଯାଇଛି, ଯାହା ତାଙ୍କର ମହାନତାକୁ ଆହୁରି ଉଚ୍ଚସ୍ତରକୁ ନେଇଛି । ଏହି ପବିତ୍ର ଦିବସରେ ସେ ଦେଶର ସମସ୍ତ ଆଦିବାସୀ ଓ ଜନଜାତି ଭାଇଭଉଣୀଙ୍କ ସମେତ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ବିର୍ସା ମୁଣ୍ଡାଙ୍କ ଆଦର୍ଶ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି ବୋଲି ବ୍ୟକ୍ତ କରିଛନ୍ତି ।


ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଆଦିବାସୀ ସଂଗଠନର ସଦସ୍ୟ ଓ ଆଦିବାସୀ ଭାଇ-ଭଉଣୀ ଯୋଗଦେଇ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାସହ ବିଭିନ୍ନ ରାଜନୈତିକ ଦଳର ନେତା ଓ କାର୍ଯ୍ୟକର୍ତ୍ତା ମଧ୍ୟ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
 ଏହା ମଧ୍ୟ ପଢ଼ନ୍ତୁ....'ମୋଦିଙ୍କ ଲୋକପ୍ରିୟତାରେ କଂଗ୍ରେସ ହତାସ ହୋଇ ଦେଶରେ ଅରାଜକତା ସୃଷ୍ଟି କରୁଛି'- ଧର୍ମେନ୍ଦ୍ର ପ୍ରଧାନଅନୁଗୋଳରେ ପ୍ରଥମ ଜଙ୍ଗଲ ସୂର୍ଯ୍ୟବନ ଇକୋ ରିସର୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନଇଟିଭି ଭାରତ, ସମ୍ବଲପୁର

Category

🗞
News
Transcript
00:00Music
00:31Thank you so much for joining us today and thank you so much for joining us today and thank you
00:44so much for joining us today.
01:14Thank you so much for joining us today.

Recommended