• 5 minutes ago
ତିରୁମାଳା (ଆନ୍ଧ୍ର ପ୍ରଦେଶ): ଆନ୍ଧ୍ର ପ୍ରଦେଶର ଶେଷାଚଳମ୍ ପାହାଡ଼ ଉପରେ ତିରୁମାଳାରେ ଅବସ୍ଥାପିତ ତିରୁପତି ବାଲାଜୀଙ୍କୁ ଜଣେ ଭକ୍ତ 121 କେଜି ସ୍ବର୍ଣ୍ଣ ଅଳଙ୍କାର ଦାନ କରିଛନ୍ତି । ଚେନ୍ନାଇର ଶିଳ୍ପପତି ବର୍ଦ୍ଧମାନ ଜୈନ ଏପରି ବିପୁଳ ପରିମାଣର ସୁବର୍ଣ୍ଣ ମନ୍ଦିରକୁ ଦାନ କରିଛନ୍ତି । ଏହି ଦାନ ଗ୍ରହଣ ପୂର୍ବକ ତିରୁମାଳା ତିରୁପତି ଦେବସ୍ଥାନମ୍ (TTD) ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ଭକ୍ତମାନଙ୍କ ଠାରୁ ମିଳିଥିବା ଦାନର ଇତିହାସରେ ଏହା ସର୍ବାଧିକ ପରିମାଣ ଅଟେ ।  ଏହି ଅଳଙ୍କାର ମଧ୍ୟରେ ଭଗବାନଙ୍କ ଆପାଦମସ୍ତକରେ ଲାଗି ହେଉଥିବା ଅଳଙ୍କାରମାନ ରହିଛି । ଚେନ୍ନାଇର ଶିଳ୍ପପତି ପ୍ରାୟ 47 ପ୍ରକାରର ସୁନା ଅଳଙ୍କାର ତିରୁମାଳା ତିରୁପତି ଦେବସ୍ଥାନମ୍ (TTD)ର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି ।ଏହା ମଧ୍ଯ ପଢନ୍ତୁ: ତିରୁପତି ଲଡୁ ବିବାଦରେ SITର ବଡ ଖୁଲାସା, 'ଏହା ଘିଅ ନଥିଲା ରାସାୟନିକ ଥିଲା'ଟିଟିଡି (TTD) ଅନୁଯାୟୀ, ମନ୍ଦିର ପ୍ରଶାସନକୁ କରାଯାଇଥିବା ଦାନ ଇତିହାସରେ, ଜଣେ ଭକ୍ତଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୁନାର ପରିମାଣ ଦୃଷ୍ଟିରୁ ଏହି ଦାନ ଅଭୂତପୂର୍ବ ଅଟେ ।ମନ୍ଦିର ପାଇଁ ଶିଳ୍ପପତି ବର୍ଦ୍ଧମାନ ଜୈନଙ୍କର ଏହା ପ୍ରଥମ ଅବଦାନ ନୁହେଁ । ସେ ୨୦୨୫ ମସିହା ଜାନୁଆରୀ ୧୯ ତାରିଖରେ ଟିଟିଡି (TTD)କୁ ୬ କୋଟି ଟଙ୍କା ଦାନ କରିଥିଲେ ଏବଂ ଚଳିତ ବର୍ଷ ମେ’ ୧୬ ତାରିଖରେ ମନ୍ଦିର ପ୍ରଶାସନକୁ ଏକ ଇଲେକ୍ଟ୍ରିକ୍ ବସ୍ ମଧ୍ୟ ପ୍ରଦାନ କରିଥିଲେ । ୧୨୧ କିଲୋଗ୍ରାମ ସୁନା ଅଳଙ୍କାରର ତିରୁମାଲା ମନ୍ଦିରକୁ ଭକ୍ତମାନଙ୍କ ଦ୍ୱାରା ଦିଆଯାଇଥିବା ଏକ ବିଶାଳ ଓ ଗୁରୁତ୍ୱପୂର୍ଣ୍ଣ ଦାନ ଗୁଡ଼ିକ ମଧ୍ୟରେ ଅନ୍ୟତମ ।

Category

🗞
News
Transcript
00:00Thank you very much.
00:46Thank you very much.
Comments

Recommended