Skip to playerSkip to main content
  • 16 minutes ago
ନିମାପଡ଼ା: କୋଠ ଭୋଗ ପାଇଁ ପିପିଲିରୁ ଶ୍ରୀମନ୍ଦିରକୁ ନଡ଼ିଆ ପଠାଯାଇଛି । ପବିତ୍ର କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ କୋଠ ଭୋଗ ପାଇଁ ପିପିଲିର ଗତିଶ୍ବର ପୀଠରୁ ଶ୍ରୀଜୀଉଙ୍କ ପାଇଁ ନଅ ଶହରୁ ଉର୍ଦ୍ଧ୍ବ ନଡିଆ ଶ୍ରୀମନ୍ଦିରକୁ ଯାଇଛି । ସ୍ୱତନ୍ତ୍ର ଗାଡି ଯୋଗେ ନାମ ସଂକୀର୍ତ୍ତନ କରି ଶ୍ରୀମନ୍ଦିରକୁ ନଡ଼ିଆ ପଠାଯାଇଛି । 2015 ମସିହାରୁ ପ୍ରାୟ 10 ବର୍ଷ ହେଲା ଶ୍ରୀମନ୍ଦିର ପ୍ରଶାସନର ଅନୁମୋଦନ କ୍ରମେ ମହାକାର୍ତ୍ତିକ ମାସରେ ମହାପ୍ରଭୁଙ୍କ କୋଠଭୋଗ ପାଇଁ ପିପିଲିରୁ ଶ୍ରଦ୍ଧାଳୁମାନେ ଶହଶହ ସଂଖ୍ୟାରେ ନଡ଼ିଆ ପଠାଇଥାନ୍ତି । ଯାହାକି ପିପିଲି ସହିତ ଶ୍ରୀଜଗନ୍ନାଥ ସଂସ୍କୃତିର ପୁରାଣ ଓ ବର୍ତମାନ ସହ ଓତପ୍ରୋତଃ ଭାବେ ଜଡ଼ିତ । 10 ବର୍ଷ ଧରି ପିପିଲି ଗୋବର୍ଦ୍ଧନପୁରର ଜଗନ୍ନାଥପ୍ରେମୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଗତିଶ୍ଵରଦେବଙ୍କ ପୀଠରୁ ପ୍ରତ୍ୟେକ ବର୍ଷ ଚତୁର୍ଦ୍ଧାମୂର୍ତ୍ତିଙ୍କ କୋଠଭୋଗ ପାଇଁ ନଡ଼ିଆ ପଠା ଯାଇଥାଏ । ଗତ ବର୍ଷ 2400 କଡ଼ା ନଡ଼ିଆ ଶ୍ରୀମନ୍ଦିରକୁ ପଠାଯାଇଥିଲା । ଚଳିତଥର 1200 ନଡ଼ିଆ ପଠାଯାଇଛି । ବିଶେଷକରି କୋଠଭୋଗ ପାଇଁ ପଠାଯାଇଥିବା ନଡ଼ିଆକୁ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଠାରେ ଭାରପ୍ରାପ୍ତ କୋଠଭୋଗ ସହକାରୀଙ୍କୁ ପ୍ରଦାନ କରାଯିବ । ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ସେବା ପାଇ ପିପିଲି ଅଞ୍ଚଳର ଶ୍ରଦ୍ଧାଳୁ କୋଠଭୋଗ ପାଇଁ ନଡିଆ ଦେଇ ନିଜକୁ ବହୁତ ଭାଗ୍ୟବାନ ମନେ କରୁଥିବା କହିଛନ୍ତି ।
 ଏହା ମଧ୍ୟ ପଢ଼ନ୍ତୁ...ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ: ହବିଷ୍ୟାଳି ନେଲେ ସଙ୍କଳ୍ପ, ସାତ ଦିନ ବନ୍ଧା ପଡିବେ ମହାପ୍ରଭୁକାର୍ତ୍ତିକ ମାସ ପରେ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଆରମ୍ଭ ହେବ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା: ପ୍ରଥମେ ଅନଲାଇନରେ ହେବ ସ୍ଲଟ୍ ବୁକିଂଇଟିଭି ଭାରତ, ନିମାପଡ଼ା

Category

🗞
News
Transcript
00:00.
00:51Thank you very much.
01:13Thank you very much.
01:32Thank you very much.
02:00Thank you very much.
02:30Thank you very much.
03:27Thank you very much.

Recommended