• 6 minutes ago
ପୁରୀ: ଆସନ୍ନ ବାତ୍ୟା ‘ଆକଭାନ୍’କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ଅରଖକୁଦା ମେରାଇନ୍ ଥାନା ପକ୍ଷରୁ ଥାନା ଅଧୀନ ବିଭିନ୍ନ ସ୍ଥାନରେ ମାଇକ୍ ଯୋଗେ ଜନସାଧାରଣଙ୍କୁ ସଚେତନ କରାଯାଇଛି । ଲୋକମାନଙ୍କୁ ସତର୍କ ରହିବା, ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ପାଳନ କରିବା ଏବଂ ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ନିଜର ସୁରକ୍ଷା ପ୍ରତି ସଚେତନ ରହିବା ସହ ପ୍ରଶାସନକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ସେପଟେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଆକଭାନ୍’କୁ ଦୃଷ୍ଟିରେ ରଖି ପୁରୀର ସିଟି ଡିଏସ୍‌ପି ରଶ୍ମି ରଞ୍ଜନ ମହାପାତ୍ର ଓ ସମୁଦ୍ରକୂଳ ଥାନା ଅଧିକାରୀଙ୍କ ଉପସ୍ଥିତିରେ ପୁରୀ ସମୁଦ୍ରକୂଳରେ ନିୟୋଜିତ ଲାଇଫ୍‌ଗାର୍ଡମାନଙ୍କୁ ସୁରକ୍ଷା ଓ ସତର୍କତା ସମ୍ପର୍କରେ ବିବରଣୀ ଦିଆଯାଇଥିଲା ।

ଏହି ଅବସରରେ ଲାଇଫ୍‌ଗାର୍ଡମାନଙ୍କୁ ସର୍ବଦା ସଜାଗ ଓ ସତର୍କ ରହିବା, ସମୁଦ୍ରକୂଳରେ ନିୟମିତ ପାଟ୍ରୋଲିଂ କରିବା, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କୁ ସମୁଦ୍ର ମଧ୍ୟକୁ ନ ଛାଡିବା ପାଇଁ ସଚେତନ କରାଯାଇଥିଲା । ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜନସାଧାରଣ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୁରୀ ପୋଲିସ ସମସ୍ତ ପ୍ରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛି ।
 ଏହା ମଧ୍ୟ ପଢନ୍ତୁ:ବାତ୍ୟାକୁ ନେଇ ହାଇଆଲର୍ଟରେ ପୁରୀ: ବେଳାଭୂମିରେ କଟକଣା, ମୁତୟନ ହେବେ 3 ଓଡ୍ରାଫ, 1 NDRF ଟିମ୍‌ସରକାରଙ୍କ ବାତ୍ୟା ପ୍ରସ୍ତୁତି: 'ଆରମ୍ଭ ହେଲାଣି ସ୍ଥାନାନ୍ତରଣ ପ୍ରକ୍ରିୟା'- ରାଜସ୍ବ ମନ୍ତ୍ରୀ

ଇଟିଭି ଭାରତ, ପୁରୀ

Category

🗞
News
Transcript
00:00I

Recommended