Skip to playerSkip to main content
  • 1 year ago
ପୁରୀ: ନିଆରା ଢଙ୍ଗରେ ଦେଶବାସୀଙ୍କୁ ପବିତ୍ର ଗଣେଶ ପୂଜାର ଶୁଭେଚ୍ଛା ଜଣାଇଲେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ୧୫ଶହ ଲେମ୍ବୁକୁ ନେଇ ଲେମନ ଗଣେଶଙ୍କ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ସେ । ପ୍ରଭୁ ଗଜାନନଙ୍କ ପୂଜା ତଥା ଗଣେଶ ପୂଜାକୁ ନେଇ ସାରା ଦେଶ ଏବେ ଉତ୍ସବମୁଖର । ଏହି ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଗଣେଶ ପୂଜାର ଅଭିନନ୍ଦନ ଜଣାଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ନିଆରା ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ସୁଦର୍ଶନ । ବାଲିରେ ଲେମନ୍ ଗଣେଶ ମୂର୍ତ୍ତି ସେ ନିର୍ମାଣ କରିଛନ୍ତି । ଦେଢ଼ ହଜାର (୧୫୦୦) ଲେମ୍ବୁକୁ ଏହି ବାଲୁକା ଚିତ୍ରକଳାରେ ସ୍ଥାପନ କରାଯାଇଛି। ଯାହାକି ବେଶ୍ ଆକର୍ଷଣୀୟ ହୋଇଛି । ତେବେ ଏହି ବାଲୁକା ଚିତ୍ରକଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା 'ଆତ୍ମ ନିର୍ଭର ଭାରତ'ର ବାର୍ତ୍ତା ରହିଛି । ଲୋକାଲ୍ ଫର୍ ଭୋକାଲର ବାର୍ତ୍ତା ମଧ୍ୟ ରହିଛି । ବ୍ରହ୍ମୋଷ, ବାୟୂ ପ୍ରତୀରକ୍ଷା ପ୍ରଣାଳୀ ସୁଦର୍ଶନ ଚକ୍ର, ମେକ୍ ଇନ୍ ଇଣ୍ଡିଆ ପ୍ରଭୃତି ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନକୁ ଏହି ବାଲୁକା ଚିତ୍ରକଳାରେ ଦର୍ଶାଯାଇଛି ।ଏହା ମଧ୍ୟ ପଢନ୍ତୁ...କାହିଁକି ଅଗ୍ରପୂଜ୍ୟ ଗଜାନନ ? କ'ଣ କହିଛି ପୂରାଣ ବର୍ଣ୍ଣିତ ତଥ୍ୟ - GANESH CHATURTHI 2025 ଏହା ମଧ୍ୟ ପଢନ୍ତୁ...ଗଣେଶଙ୍କୁ ଅର୍ପଣ କରନ୍ତୁ 'ନଡ଼ିଆ ଲଡ଼ୁ', ଆଜି ହିଁ ଘରେ ବନାନ୍ତୁ - COCONUT LADOO
 ଇଟିଭି ଭାରତ, ପୁରୀ 

Category

🗞
News
Transcript
00:00I am a Ganesh Pujjare 9 April Bhavan Ganesh Pujjare Sculpture
00:26to take a moment.
00:27We have done a few recent projects.
00:31The first project has been in our report.
00:35I distributed these projects and we had an email with the Chinese government.
00:39His name is the official website.
00:47The one was named by the Indian Post.
00:50So, we have seen that our products are local for vocal, make in India, even Brahmos, even so that we have all our Sudarshan Chakra, we have all our miniature products.

Recommended