• 9 minutes ago
ଝାରସୁଗୁଡ଼ା: ଜଙ୍ଗଲୀ ଦନ୍ତା ହାତୀକୁ ସଭିଏଁ ଡରନ୍ତି । ସେମାନଙ୍କ ଆକ୍ରମଣାତ୍ମକ ସ୍ବଭାବ ଯୋଗୁଁ ଲୋକେ ଭୟ କରନ୍ତି । ହେଲେ ରାଜୁ ନାମକ ଜଙ୍ଗଲୀ ଦନ୍ତା ହାତୀ ଏକ ବ୍ୟତିକ୍ରମ ଅଟେ । ଏହି ପୁରୁଷ ହାତୀର ସ୍ବଭାବ ଶାନ୍ତ ଏବଂ ମିଳନସାର । ସେ ମଣିଷଙ୍କୁ ଆକ୍ରମଣ କରେ ନାହିଁ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସହଜରେ ଏବଂ ସାଧାରଣ ଭାବେ ଘୁରିବୁଲେ ।ଅନେକ ଗାଁରେ ରାଜୁ କୌଣସି ଜଙ୍ଗଲୀ ଜନ୍ତୁ ଭଳି ନୁହେଁ ।  ବରଂ ଗାଁର ଆଦରର କିମ୍ବା ପରିବାର ସଦସ୍ୟ ପରି ଭଲ ପାଇବା ପାଇଥାଏ । ଗ୍ରାମବାସୀମାନେ କଦଳୀ, ଫଳ ଏବଂ ଅନ୍ୟାନ୍ୟ ଖାଦ୍ୟ ତାକୁ ଖାଇବାକୁ ଦିଅନ୍ତି ।  "ପ୍ରତିଘଣ୍ଟାରେ ରାଜୁର ଗତିବିଧି ଉପରେ ଲକ୍ଷ୍ୟ ରଖିଥାନ୍ତି ଗାଁ ଲୋକ । ତା'ର ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ସ୍ବଭାବ ମଧ୍ୟ ଶାନ୍ତ ରହିଛି "  ବୋଲି କୁହନ୍ତି ବାଗଡିହି ବନାଞ୍ଚଳ ରେଞ୍ଜର ବନ୍ଦନା ନାଏକସୁନ୍ଦରଗଡ଼ ଅଭିମୁଖେ ଯାଉଛି ଦନ୍ତା:
ଏବେ ରାଜୁ ବାଗଡିହି ବନାଞ୍ଚଳ ଅନ୍ତର୍ଗତ ତାଲମୁଣ୍ଡା ଜଙ୍ଗଲରୁ ବାହାରି ସୁନ୍ଦରଗଡ଼ ଆଡ଼କୁ ଯାଇଛି । ବାଗଡିହି ବନାଞ୍ଚଳ ରେଞ୍ଜର ବନ୍ଦନା ନାଏକ ରାଜୁର ସ୍ବାସ୍ଥ୍ୟ ଅବସ୍ଥା ଠିକ ରହିଥିବା ସୂଚନା ଦେଇଛନ୍ତି । ଏହା ସହିତ ସେ ରାଜୁର ସ୍ଥିତି ଓ ଗତିପଥ ଅନୁଧ୍ୟାନ କରିଛନ୍ତି । ରାଜୁର ସ୍ୱଭାବ ଅନ୍ୟ ହାତୀମାନଙ୍କ ତୁଳନାରେ ବହୁତ ଶାନ୍ତ ଏବଂ ସେ କାହାକୁ କ୍ଷତି ପହଞ୍ଚାଏ ନାହିଁ । ବନ ବିଭାଗର ଟ୍ରାକିଂ ଅନୁସାରେ ରାଜୁ ପଶ୍ଚିମ ଏବଂ ମଧ୍ୟ ଓଡିଶାର ଅନେକ ଜିଲ୍ଲାରେ ବିଚରଣ କରିସାରିଛି । ଜୁଲାଇ 2026ରେ ଅନୁଗୁଳ ବନ ପ୍ରମଣ୍ଡଳର ଛେନ୍ଦିପଦା ରେଞ୍ଜରେ ଲୋକଙ୍କ ମଧ୍ୟରେ ଘୁରୁଥିବାର ଦେଖାଯାଇଥିଲା । ଏହା ପରେ ଦେବଗଡ଼ ଜିଲ୍ଲାର ବାରକୋଟର ଘନ ଜଙ୍ଗଲ ଦେଇ ଆଗକୁ ବଢିଥିଲା । ଶେଷରେ ଝାରସୁଗୁଡ଼ା ଜିଲ୍ଲା ବାଗଡିହି ବନାଞ୍ଚଳରୁ ବାହାରି ସୁନ୍ଦରଗଡ଼ ଅଭିମୁଖେ ଯାତ୍ରା କରିଛି ଦନ୍ତା ରାଜୁ ।
 ଅକ୍ଟୋବର ଶେଷ ଭାଗରେ ଝାରସୁଗୁଡ଼ାର ଜାଲିବାହାଲ ଜଙ୍ଗଲ ନିକଟରେ ରାଜୁ ଅନ୍ୟ ବଣୁଆ ହାତୀମାନଙ୍କୁ ଗାଁ ଭିତରକୁ ପଶିବାରୁ ଅଟକାଉଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ ରାଜୁ ଯେତେ ଶାନ୍ତ ଓ ପରିଚିତ ମନେହେଲେ ମଧ୍ୟ, ସେ ଏକ ବଣୁଆ ପ୍ରାଣୀ । ତେଣୁ ତା’ ନିକଟକୁ ଯିବା, ଖାଇବାକୁ ଦେବା କିମ୍ବା ଚାରିପାଖରେ ଭିଡ଼ ଜମାଇବା ଉଭୟ ମଣିଷ ଓ ହାତୀ ପାଇଁ ବିପଜ୍ଜନକ ହୋଇପାରେ ବୋଲି ବନ ଅଧିକାରୀ କହିଛନ୍ତି । ବନ ବିଭାଗର ପରାମର୍ଶ ମାନି ହାତୀଠାରୁ ନିରାପଦ ଦୂରତା ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।
 ଏହା ମଧ୍ୟ ପଢନ୍ତୁ:ଦନ୍ତା ସହ ଲୁଚକାଳି ଖେଳ; ଢେଙ୍କାନାଳ ବନାଞ୍ଚଳରେ ହାତୀକୁ ନାକେଦମ କଲେ ଉଶୃଙ୍ଖଳିତ ଯୁବକ, ଆକ୍ସନ ନିଆଯିବ କହିଲେ ରେଞ୍ଜର
ଇଟିଭି ଭାରତ, ଝାରସୁଗୁଡ଼ା

Category

🗞
News
Transcript
00:22For more information visit www.fema.gov
00:37I feel like this is a normal situation.
00:41At 24 hours, I have been able to keep track of the forest department.
00:49I have been able to keep monitoring every time of the one hour interval.
00:55IWO LMS reporting has been reported and behavior is also normal.

Recommended