Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
4 weeks ago
ପୁରୀ: ଲଘୁଚାପ ପ୍ରଭାବରେ ପୁରୀ ସହରରେ ପ୍ରବଳ ବର୍ଷା ଲାଗି ରହିଛି । ସଠିକ୍ ଭାବେ ବଡଦାଣ୍ଡରେ ଡ୍ରେନ ସଫେଇ ହୋଇନଥିବାରୁ ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଛି । ବଡଦାଣ୍ଡ ମେଡିକାଲ ଛକ, ବଳଗଣ୍ଡି ଛକ, ମାର୍କେଟ ଛକରେ ଜଳ ବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ରଥଯାତ୍ରା ପୂର୍ବରୁ ସବୁ ଡ୍ରେନ ସଫେଇ କାର୍ଯ୍ୟ ଶେଷ ହୋଇଥିବା ପୁରୀ ମହାନଗର ନିଗମ ପକ୍ଷରୁ ରଥ ଯାତ୍ରା ସମନ୍ଵୟ ବୈଠକରେ ପୁରୀ ମହାନଗର ନିଗମ କମିଶନର ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ହେଲେ ଲଘୁଚାପ ବର୍ଷା ପୁରୀ ମହାନଗର ନିଗମର ମିଛକୁ ଧରାପକାଇ ଦେଇଛି । ସେପଟେ ପୁରୀ ସହରରେ ଥିବା ବିଭିନ୍ନ ସାହି ଗଳିରେ ଥିବା ଡ୍ରେନ ସଫା ହୋଇନି । ଫଳରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇ ଯାଇଛି । ଲୋକଙ୍କ ଘରେ ନର୍ଦ୍ଦମା ଜଳ ପଶି ଯାଇଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଫଳରେ ଲୋକଙ୍କ ଜୀବନ ଜୀବିକା ଠପ୍ ହୋଇଯାଇଛି । ପୁରୀ ମହାନଗର ନିଗମ ଵାସେଳି ସାହି ମୁଦୁଲି ଜାଗା ନିକଟ ନୀଳଚକ୍ର ଲେନ, ନବକଳେବର ରୋଡ ଆଖଣ୍ଡଳମଣି ମନ୍ଦିର ସାମନା ରାସ୍ତା, କୁମ୍ଭାରପଡ଼ାରୁ ଅଠରନଳା ଯିବା ରାସ୍ତା ଉପରେ ଜଳ ବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ଅନେକ ଲୋକଙ୍କ ଘରେ ନର୍ଦ୍ଦମା ଜଳ ପଶି ସଙ୍ଗିନ ସ୍ଥିତି ସୃଷ୍ଟି ହୋଇଛି। ଜଗନ୍ନାଥ୍ ବଲ୍ଲଭ, ମାଟି ତୋଟା, ସୁଜାତା ନଗର, ସିଦ୍ଧ ମହାବୀର, ବଳିଆପଣ୍ଡା ବସ୍ତି ଅଞ୍ଚଳରେ ଜଳ ନିଷ୍କାସନ ହୋଇ ନପାରି ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି।
ପୁରୀ ବାସେଳି ସାହି ବାସିନ୍ଦା ଜଗନ ମହାପାତ୍ର କହିଛନ୍ତି, ରଥଯାତ୍ରା ପୂର୍ବରୁ ପୁରୀ ସହରରେ ଥିବା ସବୁ ସାହିର ନଳା ସଫେଇ ନେଇ ପୁରୀ ମହାନଗର ନିଗମ ପକ୍ଷରୁ କୁହାଯାଇଥିଲା । ହେଲେ ରଥଯାତ୍ରା ଶେଷ ହେବାକୁ ବସିଛି ଡ୍ରେନ ସଫେଇ ହୋଇପାରିଲା ନାହିଁ । କେବଳ ଡ୍ରେନ ସଫେଇ ନାଁରେ କୋଟି କୋଟି ଟଙ୍କା ହରିଲୁଟ ଚାଲିଛି । ପୁରୀ ପୌରପାଳିକାରୁ ମହାନଗର ନିଗମ ହେବା ପରେ ଆମେ ଅନେକ କିଛି ଆଶା ରଖିଥିଲୁ । ହେଲେ ସେ ଆଶା ଏବେ ନିରାଶାରେ ପରିଣତ ହୋଇଛି । ପୁରୀ କମିଶନରଙ୍କ ପ୍ରତିକ୍ରୟା ନେବାକୁ ଆମେ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇ ପାରିନି । ଏହା ବି ଦେଖନ୍ତୁ- ଅବିଶ୍ରାନ୍ତ ବର୍ଷାରେ ବେହାଲ ପୁରୀ: ଜଳବନ୍ଦୀ ଲୋକେ, ଜଳ ନିଷ୍କାସନରେ ଲାଗିଛି ପ୍ରଶାସନଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
Thank you for joining us.
00:49
Thank you for joining us.
Show less
Comments
Log in to post a comment
Recommended
2:51
|
Up next
ଅଟ୍ରି ହଟକେଶ୍ୱର ପୀଠରେ ଶ୍ରାବଣ ସୋମବାର; ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
1 week ago
4:09
ଶିଶୁ ସୈନିକଙ୍କ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ
ETVBHARAT
1 week ago
1:47
ଚିତାଲାଗି ଅମାବାସ୍ୟା; ଭଲ ଫସଲ ଆଶାରେ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଲାଗି ହେଲା ଚିତଉ ପିଠା
ETVBHARAT
2 weeks ago
5:22
ପବିତ୍ର ସ୍ନାନଯାତ୍ରା; ଜୟ ଜଗନ୍ନାଥ ଧ୍ୱନିରେ ଇସ୍କନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ
ETVBHARAT
2 months ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
2 months ago
2:34
'ଏବେ ରାଜ୍ୟରେ ପନିର ଅଭାବ ମେଣ୍ଟାଇବ ଓମ୍ଫେଡ୍'- ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ETVBHARAT
32 minutes ago
5:05
चीनी के बाद अब चावल के दाम बेकाबू, रसोई का बजट बिगड़ा, लोगों पर महंगाई की मार
ETVBHARAT
42 minutes ago
2:31
45 साल बाद बदला सांची का स्वरूप, दूध के पैकेट पर दिखेगी खेत खलिहान की देसी परंपरा
ETVBHARAT
44 minutes ago
2:53
महंगाई से जनता की जेब ढीली थैला खाली, फल सब्जियों के दाम में उछाल
ETVBHARAT
48 minutes ago
6:16
Housing Shortage Forces People To Live In Cramped Conditions In Kashmir's Srinagar City
ETVBHARAT
49 minutes ago
4:49
ରଜ ମହୋତ୍ସବ ପାଇଁ ଉତ୍ସବ ମୁଖର ଯାଜପୁର, ପିଠାପଣା ମହକ ଓ ଦୋଳି ଖେଳରେ ମଜ୍ଜିଲେ ଆବାଳବୃଦ୍ଧ
ETVBHARAT
2 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
4 months ago
2:08
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
4 months ago
2:43
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ
ETVBHARAT
4 months ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
4 months ago
5:49
ଧୁମଧାମରେ ପାଳିତ ହେଲା ମା' ନାକଟେଶ୍ବରୀଙ୍କ ଯାତ୍ରା
ETVBHARAT
6 months ago
3:06
୨୩ତମ ବଲାଙ୍ଗୀର ଲୋକ ଉତ୍ସବ ଉଦଘାଟିତ, ଲୋକନୃତ୍ୟରେ କମ୍ପିଲା ଶୀତୁଆ ସନ୍ଧ୍ୟା
ETVBHARAT
7 months ago
2:17
ମଙ୍ଗଳାଯୋଡିରେ ରାଜ୍ୟପାଳ, ଇକୋ-ଟୁରିଜିମ ମଡେଲର କଲେ ପ୍ରଶଂସା
ETVBHARAT
7 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
8 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
9 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
10 months ago
2:28
ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା, ସଫା ହେଲା ବିନ୍ଦୁ ସାଗର, ବଢୁଛି ସୋଲ ଡ଼ଙ୍ଗାର ଚାହିଦା
ETVBHARAT
10 months ago
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
11 months ago
3:47
ସିନ୍ଦୂର ଖେଳି ଦହି ପଖାଳ ଖୁଆଇ, ଝିଅ ପରି ମା'ଙ୍କୁ ମେଲାଣି ଦେଲେ ଭକ୍ତ
ETVBHARAT
11 months ago
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
2 years ago
Comments