Skip to playerSkip to main content
  • 6 weeks ago
ପୁରୀ: ପବିତ୍ର ଜନ୍ମାଷ୍ଟମୀ ଅବସରରେ ପୁରୀ ସମୁଦ୍ର ବେଳାଭୂମିରେ ୧୦୧ଟି ମାଖନ ହାଣ୍ଡି ସହ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିପୂର୍ଣ୍ଣ ବାଲୁକା ଭାସ୍କର୍ଯ୍ୟ ନିର୍ମାଣ କରିଛନ୍ତି ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।ଏହି ମନୋରମ ବାଲୁକା କଳାଟି 'ଶୁଭ ଜନ୍ମାଷ୍ଟମୀ'ର ସନ୍ଦେଶ ଦେବା ସହ ବାଲ ଗୋପାଳଙ୍କର ଏକ ଶାନ୍ତ ଓ ଦିବ୍ୟ ରୂପକୁ ସୁନ୍ଦର ଭାବେ ଚିତ୍ରିତ କରଯାଇଛି । ଏହି ୮ ଫୁଟ୍ ଉଚ୍ଚର ବାଲୁକା ଭାସ୍କର୍ଯ୍ୟ ମାଧ୍ୟମରେ ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲ୍ ଗୋପାଳଙ୍କୁ ଜୀବନ୍ତ କରି ତୋଳିବା ସହ ଭଗବାନ ଶ୍ରୀକୃଷ୍ଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନାକୁ ଉଜ୍ଜୀବିତ କରିଛନ୍ତି । ବାଲ ଗୋପାଳଙ୍କ ଦିବ୍ୟ ରୂପ, ତାଙ୍କ ପ୍ରିୟ ବଂଶୀ, ଗୋଟିଏ ବଡ଼ ମାଖନ ହାଣ୍ଡି ଏବଂ ପାଖରେ ବିଶ୍ରାମ ନେଉଥିବା ଗୋଟିଏ ସ୍ନେହୀ ଗାଈର ପ୍ରତିକୃତି ଗୋକୁଳରେ କୃଷ୍ଣଙ୍କ ବାଲ୍ୟକାଳର ମନୋହର ଲୀଳାକୁ ମନେ ପକାଇ ଦେଇଛି । ଏହି କଳାକୃତିକୁ ଏକ ସ୍ୱତନ୍ତ୍ର ରୂପ ଦେବା ପାଇଁ ଏହାର ଚାରି ପାଖରେ ୧୦୧ଟି ଛୋଟ ମାଖନ ହାଣ୍ଡି ରଖାଯାଇଛି । ଯାହା ଭକ୍ତି ଏବଂ ବାଲ ଗୋପାଳଙ୍କ ଆନନ୍ଦଦାୟକ ସ୍ୱଭାବର ପ୍ରତୀକ ଅଟେ । ସୁଦର୍ଶନ ସ୍ୟାଣ୍ଡ୍ ଆର୍ଟ୍ ଇନଷ୍ଟିଚ୍ୟୁଟରନ ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି କଳାକୃତି ନିର୍ମାଣ କରାଯାଇଛି । ଯାହାକୁ ଦେଖିବା ପାଇଁ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଜମିଛି ।

ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି,"ଜନ୍ମାଷ୍ଟମୀର ଏହି ପବିତ୍ର ଅବସରରେ ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କୁ ଶାନ୍ତି, ସୁଖ, ଭଲ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଶୀର୍ବାଦ କରନ୍ତୁ । ବାଲ ଗୋପାଳଙ୍କ ଦିବ୍ୟ ଉପସ୍ଥିତି ଆମ ଜୀବନକୁ ପ୍ରେମ, କରୁଣା, ସକାରାତ୍ମକତା ଓ ସଦ୍‌ଭାବନାରେ ଭରିଦିଅନ୍ତୁ ।" 


ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସୁଦର୍ଶନ ପଟ୍ଟନାୟକ ୬୫ରୁ ଅଧିକ ଅନ୍ତର୍ଜାତୀୟ ବାଲୁକା ଶିଳ୍ପ ପ୍ରତିଯୋଗିତା ଓ ମହୋତ୍ସବରେ ଭାରତର ପ୍ରତିନିଧିତ୍ୱ କରି ନିଜର ଶିଳ୍ପ ନିପୁଣତା ପାଇଁ ବିଶ୍ୱସ୍ତରୀୟ ସ୍ୱୀକୃତି ହାସଲ କରିଛନ୍ତି । ସେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଚାର କରିବା ସହ ଜଳବାୟୁ ପରିବର୍ତ୍ତନ, ପ୍ଲାଷ୍ଟିକ ପ୍ରଦୂଷଣ, ଜନସ୍ୱାସ୍ଥ୍ୟ ଏବଂ ବିଶ୍ୱ ଶାନ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ପରିବେଶ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ବାଲୁକା କଳାକୁ ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ ବ୍ୟବହାର କରି ଆସୁଛନ୍ତି। ଏହା ମଧ୍ୟ ପଢନ୍ତୁ... ଇସ୍କନ ଭୁବନେଶ୍ୱରରେ ଧୁମ୍‌ଧାମରେ ପାଳନ ହେଉଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀଏହା ମଧ୍ୟ ପଢନ୍ତୁ... ପବିତ୍ର ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ଶ୍ରୀମନ୍ଦିର, ସନ୍ଧ୍ୟା ୭ ରୁ ରାତି ୧୨ଟା ଯାଏଁ ଦର୍ଶନ ବନ୍ଦଇଟିଭି ଭାରତ, ପୁରୀ 

Category

🗞
News
Transcript
00:00Thank you
00:45Thank you
01:05Thank you

Recommended