Skip to playerSkip to main content
  • 8 minutes ago
ବାଲେଶ୍ୱର: ବାଲେଶ୍ୱର ଓଟି ରୋଡରେ ଥିବା ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ହୋଟେଲରେ ଥିବା ଗ୍ୟାସ୍‌ ଟାଙ୍କି ଫାଟିଯିବା ପରେ ହଠାତ୍‌ ନିଆଁ ଭୟଙ୍କର ରୂପ ନେଇଥିଲା । ଅଗ୍ନିକାଣ୍ଡ ଯୋଗୁଁ ଖାଦ୍ୟ ସାମଗ୍ରୀ, ଆସବାବପତ୍ର ଓ ଅନ୍ୟାନ୍ୟ ଉପକରଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ଏଥିସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ଘଟଣାର ଖବର ପାଇ ଅଗ୍ନିଶମ ବିଭାଗର ଦୁଇରୁ ତିନିଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ । ହୋଟେଲ ନିକଟରେ ଥିବା ଏକ ଇଭି ସ୍କୁଟି ମଧ୍ୟ ନିଆଁରେ ଜଳିପୋଡ଼ି ନଷ୍ଟ ହୋଇଯାଇଛି ।

 ବାଲେଶ୍ୱର ଫାୟାର ଷ୍ଟେସନର ଏଏଫ୍‌ଓ ଅଜୟ ବରାଳ କହିଛନ୍ତି," ନିଆଁ ଲାଗିଥିବା ନେଇ ଫାୟାର ଷ୍ଟେସନକୁ ସୂଚନା ମିଳିବା ପରେ ସାଙ୍ଗେ ସାଙ୍ଗେ ଗୋଟିଏ ଗାଡ଼ିକୁ ପଠାଯାଇଥିଲା । ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଥିଲା । ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ । ପରେ ଆଉ ଏକ ଗାଡ଼ି ପଠା ଯାଇଥିଲା । ପ୍ରାଥମିକ ତଦନ୍ତରୁ ଗ୍ୟାସ୍‌ ସିଲିଣ୍ଡର ଲିକେଜ୍‌ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ବାଲେଶ୍ୱରରୁ ମୋଟ ୩ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲା ।"

 ହୋଟେଲର ମାଲିକ କହିଛନ୍ତି, "ଘଟଣାଦିନ ସାନଭାଇ ଓ ଶାଳକ ମଧ୍ୟ ସକାଳ ୯ଟାରେ ହୋଟେଲରେ ପହଞ୍ଚିଥିଲେ । ହଠାତ୍‌ ରୋଷେଇ ପାଇଁ ବ୍ୟବହୃତ ଏକ କମର୍ସିଆଲ୍‌ ଗ୍ୟାସ୍‌ ଟାଙ୍କିର ପାଇପ୍‌ରେ ନିଆଁ ଲାଗିଥିଲା । ସିଲିଣ୍ଡରରୁ ନିଆଁ ବାହାରୁଥିବା ନେଇ ମୋତେ ଫୋନ୍‌ ଯୋଗେ ଜଣାଇବା ପରେ ଓଦା କମ୍ବଳ ଘୋଡ଼ାଇ ଦେବାକୁ କହିଥିଲି । ଟାଙ୍କିଟି ଗଡ଼ିଯିବା ପରେ ନିଆଁ ଦ୍ରୁତଗତିରେ ବ୍ୟାପିଥିଲା । ହୋଟେଲ ଭିତରେ ଅଗ୍ନିନିର୍ବାପକ ଯନ୍ତ୍ର ଥିବା ସତ୍ତ୍ୱେ ତାହାକୁ ମଧ୍ୟ ବାହାରକୁ ଅଣାଯାଇପାରିନଥିଲା । ଏହାପରେ କମର୍ସିଆଲ୍‌ ଗ୍ୟାସ୍‌ ଟାଙ୍କି ଫାଟିଥିବା ନେଇ ଅନୁମାନ କରାଯାଉଛି । ଏହି ଘଟଣାରେ ହୋଟେଲର ଇଣ୍ଟେରିଅର୍‌, ଫ୍ରିଜ୍‌, ଆସବାବପତ୍ର, ଗ୍ରୋସରୀ, ପନିପରିବା ସମେତ ବହୁ ସାମଗ୍ରୀ ନଷ୍ଟ ହୋଇଛି । ପ୍ରାଥମିକ ଭାବେ କ୍ଷୟକ୍ଷତି ପ୍ରାୟ ୧୫ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି ।"ଏହା ମଧ୍ୟ ପଢ଼ନ୍ତୁ...ରାସ୍ତା ମଝିରେ ଚଳନ୍ତା ବସରୁ ବାହାରିଲା ଧୂଆଁ, ଜୀବନ ବଞ୍ଚାଇବାକୁ ଦୌଡିଲେ ଯାତ୍ରୀଭୁବନେଶ୍ୱରରେ ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା EV କାର୍ଇଟିଭି ଭାରତ, ବାଲେଶ୍ବର

Category

🗞
News
Transcript
00:28I'm going to go to the next video.
Comments

Recommended