Skip to playerSkip to main content
  • 2 hours ago
ପୁରୀ: ଆଜି ଦିବ୍ୟ ଦଶହରା । ଜଗତଜ୍ଜନନୀ ମା' ଦୁର୍ଗାଙ୍କ ଦଶହରା ପାଳନକୁ ନେଇ ଉତ୍ସବ ମୁଖରିତ ହୋଇଉଠିଛି ଶ୍ରୀକ୍ଷେତ୍ର । ଏହି ଅବସରରେ ବିଭିନ୍ନ ପୂଜା ମଣ୍ଡପ ବୁଲି ଶ୍ରଦ୍ଧାଳୁ ମା' ଦୁର୍ଗାଙ୍କୁ ଦର୍ଶନ କରୁଛନ୍ତି । ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ମଣ୍ଡପରେ ଆକର୍ଷଣୀୟ ସାଜ୍ଜସଜା କରାଯାଇଛି । 


ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼:
ସୋମବାର ଜଗତଜନନୀ ମା' ଦୁର୍ଗାଙ୍କ ମହାନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏଥି ପାଇଁ ଗ୍ରାମରୁ ସହର ସବୁଠାରେ ପୂଜାମଣ୍ଡପରେ ଜମୁଛି ଭିଡ଼ । ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ମା ଦୁର୍ଗାଙ୍କ ନବମୀ ଓ ଦଶହରା ପାଇଁ ପରିବେଶ ଉତ୍ସବମୁଖର ହୋଇଉଠିଛି । ମା'ଙ୍କ ପୂଜାକୁ ଆକର୍ଷଣୀୟ କରିବା ପାଇଁ ସବୁ ପୂଜା ମଣ୍ଡପ ଗୁଡିକ ପକ୍ଷରୁ ଆକର୍ଷଣୀୟ ସାଜସଜ୍ଜା କରାଯାଇଛି । ପୁରୀ ବଡ଼ଦାଣ୍ଡର ବଡଶଙ୍ଖରେ ଥିବା ବଡ଼ ଶଙ୍ଖ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ପ୍ରଥମଥର ପାଇଁ ଚାନ୍ଦି ମେଢ଼ କରାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି । ରାଜ୍ଯ ବାହାରୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ବିଭିନ୍ନ ପୂଜା ମଣ୍ଡପ ବୁଲି ଦୁର୍ଗାପୂଜାର ଆନନ୍ଦ ନେଉଛନ୍ତି ।

  ଏହା ମଧ୍ୟ ପଢନ୍ତୁ:ଅଷ୍ଟମୀ ପୂଜାରେ କାହିଁକି ମା'ଙ୍କ ପାଖରେ କୁସ୍ମାଣ୍ଡ ବଳି ଦିଆଯାଏ ?ମହାମାୟାଙ୍କ ମହାଷ୍ଟମୀ ପୂଜା, ମଣ୍ଡପରେ ଭକ୍ତଙ୍କ ଭିଡ଼
ଇଟିଭି ଭାରତ, ପୁରୀ

Category

🗞
News
Transcript
00:12Hello, everyone.
00:59Hello, everyone.
01:29Hello, everyone.
01:59Hello, everyone.
02:26Hello, everyone.
02:58Hello, everyone.
02:59Hello, everyone.

Recommended