Skip to playerSkip to main content
  • 27 minutes ago
ଢେଙ୍କାନାଳ: ଜିଲ୍ଲାର ଗଣପର୍ବ ମା' ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ଆସନ୍ତା ଅକ୍ଟୋବର ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଢେଙ୍କାନାଳ ଲଷ୍ମୀପୂଜା ମହୋତ୍ସବର ପରମ୍ପରା ମୁତାବକ ଆଜି ପବିତ୍ର ସୁନିଆଁ ଅବସରରେ ମା' ଲଷ୍ମୀଙ୍କ ଶୁଭ ମାଟି ଅନୁକୂଳ କରାଯାଇଛି । ମାଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ ପାଇଁ ପ୍ରତିବର୍ଷ ଭଳି ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ଵାଦଶି ତିଥି ସୁନିଆ ଦିନ ସମସ୍ତ ପୂଜା ପ୍ରତିଷ୍ଠାନ ମାନେ ସେମାନଙ୍କର ଶୁଭ ମାଟି ଅନୁକୂଳ କରିଥାନ୍ତି ।ଫଳରେ ଆଜି ସହରର ସମସ୍ତ ପୂଜା ମଣ୍ଡପ ମାନଙ୍କ ପକ୍ଷରୁ ଶୋଭାଯାତ୍ରାରେ ବାହାରି ବ୍ରାହ୍ମଣୀ କୁଳ କମଗରା ଘାଟରେ ପହଞ୍ଚିଥିଲେ । ନାନା ରିତିନୀତିର ସହିତ ପୂଜାର୍ଚ୍ଚନା କରି ମା'ଙ୍କ ମୂର୍ତ୍ତି ତିଆରି ପାଇଁ ଶୁଭ ମାଟି ଖୋଲାଯାଇ ମାଟି ଅନୁକୂଳ କରିଥିଲେ। ଏହି ମାଟିକୁ ମା' ଙ୍କ ପ୍ରତିମା ତିଆରିରେ ମିଶାଯିବାର ପରମ୍ପରା ରହିଛି । ଫଳରେ ସମସ୍ତ ପୂଜା ପ୍ରତିଷ୍ଠାନ ମାନଙ୍କ ପକ୍ଷରୁ ଭଜନ କୀର୍ତ୍ତନ ସହିତ ଘଣ୍ଟ ଘଣ୍ଟା ଓ ବାଜା ବଜଣାର କମ୍ପି ଉଠିଲା ଢେଙ୍କାନାଳ । ପୂଜକଙ୍କ ମନ୍ତ୍ର ଧ୍ୱନିରେ ସାରା ଢେଙ୍କାନାଳ ଏକ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । କହିବାକୁ ଗଲେ ଆଜିଠାରୁ ଲଷ୍ମୀପୂଜା ମହୋତ୍ସବର ମୂଳଦୁଆ ପଡିଥିବା ବେଳେ ମଣ୍ଡପ ମାନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରିଥିବା ପ୍ରକାଶ କରିଛନ୍ତି ମଣ୍ଡପ କର୍ମକର୍ତ୍ତା ଗୁଡ଼ିଆ ନାଳୀ ପୂଜା ପ୍ରତିଷ୍ଠର ସମ୍ପାଦକ ସଞ୍ଜୀବ ଶତପଥୀ କୁହନ୍ତି, ଆମର ପରମ୍ପରା ସଅନୁସାରେ ସୁନିଆ ଦିନ ମାଙ୍କ ମୂର୍ତ୍ତି ତିଆରି ପାଇ ଶୁଭ ମାଟି ଅନୁକୂଳ ହୋଇଥାଏ l ଏହି ଅନୁକୂଳ ମାଟି ଲଷ୍ମୀପୂଜା ଆରମ୍ଭ ହେବ ଯାଏ ପୂଜା ହୋଇଥାଏ l ବଜାର ସାରା ଶୋଭାଯାତ୍ରା କରି କୁଞ୍ଜକାନ୍ତ ପୋଖରୀ କୂଳରୁ ମାଟି ଅନୁକୂଳ କରି ଆଣିଥିଲୁ l ମାଟି ଆଣି ମଣ୍ଡପରେ ସ୍ଥାପନ କରିଥିଲୁ l ମୂର୍ତ୍ତି ଗଢ଼ାହେଲ ବେକେ ଏହି ମାଟି ବ୍ରହ୍ମରେ ସ୍ଥାପନ କରାଯିବ । ଚଳିତ ବର୍ଷ ପୂଜାକୁ ସରସ ସୁନ୍ଦର କରିବାକୁ ଆମର ଚେଷ୍ଟା ରହିବ l 
ପୂଜକ ପଣ୍ଡିତ ମଙ୍ଗରାଜ ପତି ଶର୍ମା କୁହନ୍ତି, ଭାଦ୍ରବ ମାସ ସୁନିଆ ଦିନ ଶୁଭ ମାଟି ଅନୁକୂଳ କରାଯାଇଛି l ୧୧ ଦିନ ଧରି ମାଙ୍କର ନୀତି ଚାଲିଥାଏ l ଆଜି ଠାରୁ ଆରମ୍ଭ ହୋଇ ପୂଜା ପର୍ଯ୍ୟନ୍ତ ରୀତିନୀତି ଅନୁସାରେ ମାଙ୍କ ପୂଜା ଅନୁଷ୍ଠିତ ହୋଇଥାଏ l ବିଶ୍ୱର ମଙ୍ଗଳ ଓ କଲ୍ୟାଣ କାମନା କରି ସମସ୍ତେ ପ୍ରାଥନା କରିଥାଉ l
ଇଟିଭି ଭାରତ, ଢେଙ୍କାନାଳ 

Category

🗞
News
Transcript
00:00We have been doing this in a long time, so now we are of course in prison.
00:06Today we have been doing this in prison, such as we have been dead.
00:20How many people do we have to pass this to each other?
00:24We are being able to process this again,
00:2990 days
00:31100 days
00:33p delega
00:36...
00:37...
00:38...
00:42...
00:44...
00:47I was able to get the first prize in the last week.
00:50How did you do this job?
00:55I was able to get the first prize.
01:02I was able to get the prize in the last week.
01:07I was able to get the prize in the last week.
01:14foreign
02:09Thank you very much.
02:10Thank you very much.

Recommended