Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ରାସ୍ତା ଉପରେ ଜଳିଗଲା ବୋଲେରୋ
9 hours ago
ଖୋରଧା: ଖୋରଧା ଜିଲ୍ଲା ବାଘମାରୀ-କଣ୍ଟିଲୋ 48 ନମ୍ବର ରାଜ୍ୟ ରାଜପଥର ସିମୋର ଛକରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ବୋଲେରୋ ଗାଡ଼ି ହଠାତ ନିଆଁ ଲାଗି ଜଳିଯାଇଛି । ନିଆଁ ଏତେ ଭୟଙ୍କର ଥିଲା ଯେ ଆଖି ପିଛୁଳାକେ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା । କିଛି ସମୟ ପାଇଁ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଥିଲା ।ସୂଚନା ଅନୁସାରେ, ଖୋରଧା ଷ୍ଟାଣ୍ଡରୁ OD 02 M 8060 ନମ୍ବରର ବୋଲେରୋଟି ଜଣେ ମହିଳାଙ୍କୁ ନେଇ ଫତେଗଡ଼ ରାମମନ୍ଦିର ଦର୍ଶନ କରି ଫେରୁଥିଲା । ଫେରିବା ବାଟରେ ସିମୋର ଛକ ନିକଟରେ ଗାଡ଼ିଟି ରାସ୍ତାକଡ଼ରେ ଠିଆ ହୋଇଥିଲା । ଜଳଖିଆ ଆଣିବା ପାଇଁ ଡ୍ରାଇଭର ଗାଡ଼ି ଛାଡ଼ି ଯାଇଥିବା ବେଳେ ହଠାତ ଗାଡ଼ିରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ସ୍ଥାନୀୟ ଲୋକେ କିଛି ବୁଝିବା ପୂର୍ବରୁ ଧୂଆଁ ସହ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ଗାଡ଼ିର ଚାରିଆଡ଼କୁ ବ୍ୟାପି ଯାଇଥିଲା । ଖବର ପାଇ ବେଗୁନିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଥିଲା । ତେବେ ସେତେବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଖବର ପାଇ ବାଘମାରୀ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଗାଡ଼ିରେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ଘଟଣା ସମ୍ପର୍କରେ ଗାଡି ଚାଳକ ରଶ୍ମୀକାନ୍ତ ପରିଡା କହିଛନ୍ତି, "ମୁଁ ଜଣେ ମହିଳାଙ୍କୁ ଖୋରଧାରୁ ଆଣି ଫତେଗଡ଼ ରାମମନ୍ଦିର ଦର୍ଶନ ସାରି ଫେରିଥିଲୁ । ସିମୋର ଛକରେ ଗାଡି ରଖି ଜଳଖିଆ ପାଇଁ ଯାଇଥିଲି ଏବଂ ସେଠାେରେ ଗାଡ଼ିରେ ନିଆଁ ଲାଗିଯାଇଥିଲା ।" ସେହିପରି ପ୍ରତକ୍ଷ୍ୟଦର୍ଶୀ ନବକିଶୋର ଖୁଣ୍ଟିଆ କହିଛନ୍ତି, "ସମୟ ସାଢେ 1ରୁ 2ଟା ମଧ୍ଯରେ ଗାଡି ରଖି ଚାଳକ ଜଣକ ଆମ ଦୋକାନରୁ ଜଳଖିଆ ନେଇ ପାନ ପାଇଁ ଯାଇଥିଲେ । ଗାଡ଼ିରେ ଥିବା ମହିଳା ଜଣକ ଦୌଡ଼ି ଆସି ଗାଡ଼ିରେ ନିଆଁ ଲାଗିଥିବା କହିଥିଲେ । ଆମେ ତୁରନ୍ତ ଘଟଣା ସମ୍ପର୍କରେ ଅଗ୍ନିଶମ ଓ ପୋଲିସକୁ ଖବର ଦେଇଥିଲୁ ।"
ଏହା ମଧ୍ୟ ପଢ଼ନ୍ତୁ...୬୦ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ରେ ଅଗ୍ନିକାଣ୍ଡ, ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲାନୋଏଡାରେ ସ୍ଲିପର ବସ୍ରେ ଅଗ୍ନିକାଣ୍ଡ, 9 ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ
ଇଟିଭି ଭାରତ, ଖୋରଧା
Category
🗞
News
Transcript
Display full video transcript
00:00
Thank you for listening.
00:30
Thank you for listening.
Show less
Recommended
7:02
|
Up next
ଏକାଠି ନାଚିଲେ ପଶ୍ଚିମ ଓଡ଼ିଶାର ସବୁ ବିଜେପି ବିଧାୟକ, ପାଳିଲେ ନୂଆଖାଇ ଭେଟଘାଟ ଉତ୍ସବ
ETVBHARAT
2 weeks ago
4:09
ଶିଶୁ ସୈନିକଙ୍କ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ
ETVBHARAT
7 weeks ago
3:37
କୁଲା ଓ 3Dରେ କଳାକୃତି କରି ରାଷ୍ଟ୍ରପତିଙ୍କ ପାଇଁ ଉପହାର ଆଣିଲେ ଦୁଇ ଗଞ୍ଜାମ ଯୁବକ
ETVBHARAT
2 months ago
1:44
ବ୍ରହ୍ମପୁରରେ ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ: ଶାନ୍ତିପୂର୍ଣ୍ଣ ଧାରଣା ସହିତ ପ୍ରତିବାଦ
ETVBHARAT
3 months ago
1:34
ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ, ନାବାଳକ ଜୀବନ୍ତ ଦଗ୍ଧ
ETVBHARAT
4 months ago
1:05
সুমিত রায়ের জামিনের আবেদন খারিজ, 14 দিনের জেল হেফাজতে অভিষেকের আপ্তসহায়ক
ETVBHARAT
4 hours ago
3:48
ଅନୁଗୋଳରୁ ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ସିକଲ ସେଲ୍ ରୋଗର ସ୍ବତନ୍ତ୍ର ଟିକାକରଣ ଅଭିଯାନ
ETVBHARAT
5 hours ago
4:15
নতুন বিমানবন্দর তৈরির নামে রাজনৈতিক প্রচার করছে কেন্দ্র-রাজ্য: কুণাল
ETVBHARAT
5 hours ago
1:11
फ्लाईदुबई साजिश: को-पायलट ने विमान को तेल अवीव एयरपोर्ट या किसी बिल्डिंग से टकराने का बनाया था प्लान: रिपोर्टस
ETVBHARAT
5 hours ago
2:15
Gujarat BJP MLA Summons Fire Brigade To Clean Bungalow; Charged Rs 2,700 After Video Goes Viral
ETVBHARAT
5 hours ago
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
5 months ago
2:43
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ
ETVBHARAT
6 months ago
2:49
ଓଡ଼ିଆ ନବବର୍ଷ ପାଳନ, ଦର୍ଶକଙ୍କ ମନ ମୋହିଲା ମୁସଲମାନ ଯୁବକଙ୍କ ମହାଳି ନୃତ୍ୟ
ETVBHARAT
6 months ago
3:38
Watch: ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସମ୍ବଲପୁର ସହର, ଖଣ୍ଡା ଓ ଗଦା ବୁଲାଇଲେ ଧର୍ମେନ୍ଦ୍ର
ETVBHARAT
6 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
7 months ago
3:48
ନିଆଳିରେ 130 ବର୍ଷ ପୁରାତନ ଦୋପଟି ମେଲଣ ଆରମ୍ଭ, ହରିହର ଭେଟ ସହିତ ଏକାଠି ହେଲେ ୬୪ ବିମାନ
ETVBHARAT
7 months ago
2:55
Watch: ଜନମାନବ ଶୂନ୍ୟ ଦ୍ବୀପ 'ଉଡ଼ାବାଲି'ରେ ଉଡ଼ିଲା ତ୍ରିରଙ୍ଗା
ETVBHARAT
9 months ago
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
9 months ago
3:54
ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ, ଉଦଘାତିଟ ହେଲା ଘୁମୁରା 2026
ETVBHARAT
9 months ago
3:37
ବାରବାଟୀ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ନିକଟରେ ଜମିଲାଣି ଫ୍ୟାନ୍ସ ଙ୍କ ଭିଡ଼
ETVBHARAT
10 months ago
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
10 months ago
1:34
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
1 year ago
2:49
ବିରାଜିଲେ ଧନଦାତ୍ରୀ, ଶିଳ୍ପ ନଗରୀର ୪୫ ମଣ୍ଡପରେ ପୂଜା ପାଉଛନ୍ତି ମା'
ETVBHARAT
1 year ago
1:03
ସୁନା ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ
ETVBHARAT
1 year ago
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
2 years ago