Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ବମିଖାଲରେ ଆକର୍ଷଣୀୟ ସାଜିଛି 'ରାମୋଜୀ ଫିଲ୍ମ ସିଟି'ର ମହାଭାରତ ସେଟ ତୋରଣ
1 year ago
ଭୁବନେଶ୍ବର: ଆକର୍ଷଣୀୟ ଭାବେ ସଜେଇ ହୋଇଛି ଭୁବନେଶ୍ବର ବମିଖାଲ ପୂଜା ମଣ୍ଡପ । ଦର୍ଶକଙ୍କ ମନ ମୋହୁଛି 'ରାମୋଜୀ ଫିଲ୍ମ ସିଟି' ମହାଭାରତ ସେଟ୍ । ବମିଖାଲ ପୂଜା କମିଟି ପକ୍ଷରୁ ଏକ ବିଶାଳ ମୟୂର ପ୍ୟାଲେସ ମଣ୍ଡପ ନିର୍ମାଣ କରାଯାଇଛି । ଏହାକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମୁଛି । ବମିଖାଲ ପୂଜା ମଣ୍ଡପ ଡେକୋରେସନର ଭିତର ପାର୍ଶ୍ବରେ 'ରାମୋଜୀ ଫିଲ୍ମ ସିଟି' ମଧ୍ୟରେ ଥିବା ମହାଭାରତ ସେଟ୍ର କିଛି ଝଲକ ଦେଖିବାକୁ ମିଳୁଛି । ଏହି ତୋରଣଟି ସମ୍ପୂର୍ଣ ବାଉଁଶ ଏବଂ ଫୋମରେ ପ୍ରସ୍ତୁତ କରାଯାଇଛି । ଏଥିରେ ଆଦୌ ପ୍ଲାଷ୍ଟିକର ବ୍ୟବହାର ହୋଇନାହିଁ । ଏହି ଆକର୍ଷଣୀୟ ତୋରଣ ସହ ମା'ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମୁଛି । ଦଶହରା ଆସିଲେ ଭୁବନେଶ୍ବରର ପୂଜା କମିଟିମାନେ ଭିନ୍ନ ଭିନ୍ନ ଥିମ୍ରେ ପୂଜା ପେଣ୍ଡାଲ ପ୍ରସ୍ତୁତ କରନ୍ତି । ଏହାରି ମଧ୍ୟରେ ଚଳିତ ବର୍ଷ ବମିଖାଲ ପୂଜା କମିଟି ପ୍ରସ୍ତୁତ କରିଛି ମୟୁର ପ୍ୟାଲେସ ପେଣ୍ଡାଲ । ତୋରଣର ଭିତର ପାର୍ଶ୍ବକୁ 'ରାମୋଜୀ ଫିଲ୍ମ ସିଟି'ର 'ମହାଭାରତ ସେଟ' ଭଳି ସାଜସଜ୍ଜା କରାଯାଇଛି । କାରିଗରମାନେ ମହାଭାରତ ସେଟ ଭଳି ସାଜସଜ୍ଜା କରିବାକୁ ପ୍ରୟାସ କରିଛନ୍ତି । ଅତି ନିଖୁଣ କାମ କରାଯାଇଛି । ଯାହା କେବଳ ବାଉଁଶ ଓ ଫୋମରେ ପ୍ରସ୍ତୁତ କରିାଯାଇଛି । ଏହାକୁ ପ୍ରସ୍ତୁତ କରିବା ପାଇଁ କାରିଗରଙ୍କୁ ଦୁଇ ମାସ ସମୟ ଲାଗିଥିବା ବେଳେ ପାଖାପାଖି ୪୦ରୁ ୪୫ ଜଣ କାରିଗର ଡେକୋରାସନ କାର୍ଯ୍ୟରେ ନିୟୋଜିତ ଥିଲେ ।
ଏନେଇ ବମିଖାଲ ପୂଜା ସମିତିର ଉପସଭାପତି ବଣ୍ଟି ଜେନା କହିଛନ୍ତି, "ରାମୋଜୀ ଫିଲ୍ମ ସିଟି ମଧ୍ୟରେ ଥିବା ମହାଭାରତ ସେଟ୍ର କିଛି ଅଂଶକୁ ଉପସ୍ଥାପନା କରିବା ପାଇଁ ପ୍ରୟାସ କରାଯାଇଛି । ଯେଉଁମାନେ ଟିଭିରେ ମହାଭାରତ ଦେଖୁଥିଲେ, ସେମାନେ ସେଟ୍ ଡିଜାଇନକୁ ଆଖି ସାମ୍ନାରେ ଦେଖିବାକୁ ପାଇବେ ।"
ଏହା ମଧ୍ୟ ପଢ଼ନ୍ତୁ...ମା' ଦୁର୍ଗାଙ୍କ ବେଲବରଣୀ, ପ୍ରଥମେ ବେଲ ବୃକ୍ଷ ମୂଳେ ପୂଜା କରାଯାଏ କାହଁକି ?ରସୁଲଗଡ଼ରେ ଉତ୍ତରାଖଣ୍ଡର ଭ୍ରମ, ଗୁମ୍ଫା ଭିତରେ ଦର୍ଶନ ଦେଉଛନ୍ତି ମା’ଭକ୍ତମାନେ କହିଛନ୍ତି ଯେ, ମହାଭାରତ ସେଟ ବହୁତ ଆକର୍ଷଣୀୟ ହୋଇଛି । କେବଳ ଟିଭିରେ ଦେଖିଥିବା ରାମୋଜୀ ଫିଲ୍ମ ସିଟିର ମହାଭାରତ ସେଟ ଏବେ ଆଖି ସାମ୍ନାରେ ଦେଖିବାକୁ ମିଳୁଛି । ବମିଖାଲରେ ଚଳିତ ବର୍ଷ ନୂଆ ଆକାରରେ ଡେକୋରାସନ କରିଛନ୍ତି । ସେପଟେ ଆଜି ମା'ଙ୍କ ମହାସପ୍ତମୀ ପୂଜା । ବହୁତ ଧୁମଧାମରେ ପୂଜାର୍ଚ୍ଚନା କରାଯାଉଛି । ଭିଡକୁ ଦୃଷ୍ଟିରେ ରଖି CCTV କ୍ୟାମେରା ରହିଥିବା ବେଳେ ଚୋରି ଉପରେ ମଧ୍ୟ ନଜର ରଖାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର
Category
🗞
News
Transcript
Display full video transcript
00:00
Thank you very much.
Show less
Comments
Log in to post a comment
Recommended
4:46
|
Up next
ଗୋକୁଳଧାମରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ରାଧା ଏବଂ ମା' ରୁକ୍ମଣୀଙ୍କ ଦର୍ଶନ କଲେ ଭକ୍ତ
ETVBHARAT
2 weeks ago
1:32
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
2 weeks ago
3:27
ପବିତ୍ର ଶ୍ରାବଣ ଶେଷ ସୋମବାର; ଏକାଦଶ ରୁଦ୍ର ହଟକେଶ୍ୱର ମହାଦେବଙ୍କ ନିକଟରେ ଜଳଲାଗି କଲେ କାଉଡ଼ିଆ
ETVBHARAT
4 weeks ago
5:58
ପ୍ରବଳ ବର୍ଷାରେ ବ୍ରିଜ ଉପରେ 3 ଫୁଟର ପାଣି, ଜଳମଗ୍ନ ଅଞ୍ଚଳ ଗସ୍ତ ସମୟରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡି
ETVBHARAT
4 weeks ago
1:47
ଚିତାଲାଗି ଅମାବାସ୍ୟା; ଭଲ ଫସଲ ଆଶାରେ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଲାଗି ହେଲା ଚିତଉ ପିଠା
ETVBHARAT
5 weeks ago
2:24
ಬಳ್ಳಾರಿಗೆ ಬಂದ ರಾಯರ ಬೃಂದಾವನ: ಗಣೇಶೋತ್ಸವದಲ್ಲಿ ಗಮನ ಸೆಳೆಯುತ್ತಿರುವ 40 ಅಡಿ ಎತ್ತರದ ಬಿದಿರಿನ ಕಲಾಕೃತಿ
ETVBHARAT
15 minutes ago
2:37
हुनरमंद बन रहीं गांव की महिलाएं, प्रशिक्षण लेकर बन रहीं ब्यूटीशियन
ETVBHARAT
17 minutes ago
4:33
EXPLAINER: दिल्ली में बस हड़ताल से हाहाकार: पहिये थमे, सड़कों पर कोहराम; मेट्रो बनी ढाल
ETVBHARAT
24 minutes ago
0:53
উপনির্বাচনে জোড়াফুল-তৃণমূল 'বাতিল' ! বিকল্প নাম-প্রতীকের খোঁজে মমতা-ঋতব্রত শিবির
ETVBHARAT
29 minutes ago
1:58
HEC बाईपास में अतिक्रमण हटाओ अभियान पर झारखंड हाईकोर्ट की रोक, 31 दिसंबर तक खुद कब्जा हटाने का निर्देश
ETVBHARAT
37 minutes ago
5:22
ପବିତ୍ର ସ୍ନାନଯାତ୍ରା; ଜୟ ଜଗନ୍ନାଥ ଧ୍ୱନିରେ ଇସ୍କନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ
ETVBHARAT
3 months ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
3 months ago
1:52
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା, ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୟୂରଭଞ୍ଜ MP ନବଚରଣ
ETVBHARAT
3 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
4 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
5 months ago
2:43
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ
ETVBHARAT
5 months ago
3:29
'ମୋ ନେତାଙ୍କ ସହ ଆଲୋଚନା କରିଛି, ତାଙ୍କ ନିର୍ଦ୍ଦେଶ ମୁତାବକ ଭୋଟ ଦେବି'
ETVBHARAT
6 months ago
3:10
ପୁରୀ ସମୁଦ୍ରରେ ଦେଖିବାକୁ ମିଳିଲା ଡଲଫିନ; ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ
ETVBHARAT
7 months ago
3:06
୨୩ତମ ବଲାଙ୍ଗୀର ଲୋକ ଉତ୍ସବ ଉଦଘାଟିତ, ଲୋକନୃତ୍ୟରେ କମ୍ପିଲା ଶୀତୁଆ ସନ୍ଧ୍ୟା
ETVBHARAT
8 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
8 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
11 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
11 months ago
3:47
ସିନ୍ଦୂର ଖେଳି ଦହି ପଖାଳ ଖୁଆଇ, ଝିଅ ପରି ମା'ଙ୍କୁ ମେଲାଣି ଦେଲେ ଭକ୍ତ
ETVBHARAT
1 year ago
8:01
ମା’ ବଙ୍କ ବାସୁଳୀଙ୍କ ପୀଠରେ ମହାଅଷ୍ଟମୀ ପୂଜା
ETVBHARAT
1 year ago
3:28
ମା' ବିରଜାଙ୍କ କ୍ଷେତ୍ରରେ ନବରାତ୍ର ପୂଜା, ଆଜିଠୁ ମନ୍ଦିରରେ ନବଦିନାତ୍ମକ ରଥଯାତ୍ରା
ETVBHARAT
1 year ago
Comments