Skip to playerSkip to main content
  • 25 minutes ago
Elephants Crosses NH-55 and Railway Tracks, ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡର ମେରାମୁଣ୍ଡଳୀ ସେକ୍ସନ ଅଂଚଳରେ ହାତୀପଲ ରାଜପଥ ଓ ରେଳପଥ ଅତିକ୍ରମ କରିବା ଏକ ନିତିଦିନିଆ ଘଟଣା ହୋଇଗଲାଣି । ତେବେ ଜାତୀୟ ରାଜପଥରେ ହାତୀଙ୍କ କବଳରୁ ଯାତ୍ରୀମାନଙ୍କ ସୁରକ୍ଷା ଓ ସେପଟେ ଟ୍ରେନ୍ ଦୁର୍ଘଟଣାରୁ ହାତୀଙ୍କ ସୁରକ୍ଷା ବନ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଫଳରେ ଏହି ଅଂଚଳରେ ବନ କର୍ମଚାରୀମାନେ ହାତୀମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି । ଏପରିସ୍ଥଳେ ପୁଣି ମେରାମୁଣ୍ଡଳୀ ସେକ୍ସନ ଅଂଚଳରେ ହାତୀପଲ ଜାତୀୟ ରାଜପଥ ଓ ରେଳପଥ ଅତିକ୍ରମ କରିଥିବା ଦେଖିବାକୁ ମିଳିଥିଲା । ଏହି ହାତୀପଲଙ୍କ ମଧ୍ୟରେ ଛୋଟ ବଡ଼ ମିଶି ୪୦ଟି ହାତୀ ରହିଥିଲେ । ଜାତୀୟ ରାଜପଥରେ ହାତୀପଲ ଅତିକ୍ରମ କରୁଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ମଟର ଓ ଯାତ୍ରୀ ଅଟକି ରହିଥିଲେ । ବନ କର୍ମଚାରୀମାନେ ଲୋକମାନଙ୍କ ସୁରକ୍ଷା ପାଇଁ ଉଭୟ ପାର୍ଶ୍ୱରେ ରହି ହାତୀମାନଙ୍କୁ ରାସ୍ତା ଅତିକ୍ରମ କରାଇଥିଲେ । ପାଖରେ ଟ୍ରେନ୍ ଲାଇନ୍ ଅତିକ୍ରମ କରିବାବେଳେ ମଧ୍ୟ ବନ କର୍ମଚାରୀମାନେ ହାତୀପାଲଙ୍କ ସୁରକ୍ଷା ପାଇଁ ଉଭୟ ପାର୍ଶ୍ୱରେ ଜଗି ରହିଥିଲେ । ଏପରିକି ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ବ୍ୟାରିକେଡ ଗୁଡ଼ିକ ହାତୀମାନଙ୍କ ଯିବା ଆସିବା ପାଇଁ ବାଧା ସୃଷ୍ଟି କରୁଥିଲା । ଫଳରେ ଏହି ବ୍ୟାରିକେଡ୍ ଗୁଡ଼ିକୁ ପରେ ବନ ବିଭାଗ ପକ୍ଷରୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି ।ଏହା ମଧ୍ୟ ପଢ଼ନ୍ତୁ- ଇଣ୍ଡୋନେସିଆ ଫେରିବେ ଓରାଙ୍ଗଉଟାନ; ଗୁଜରାଟରୁ ପ୍ରତ୍ୟାବର୍ତ୍ତନ କରିବା ପରେ ନନ୍ଦନକାନନରେ ପ୍ରକ୍ରିୟା ଆରମ୍ଭଏହା ମଧ୍ୟ ପଢ଼ନ୍ତୁ- ବାଲେଶ୍ବରରେ ନକଲି ମହୁ ପ୍ରସ୍ତୁତ କରି ବିକ୍ରି ଅଭିଯୋଗ ! ଧରିଲେ ଗାଁ ଲୋକଇଟିଭି ଭାରତ, ଢେଙ୍କାନାଳ

Category

🗞
News
Transcript
00:00Yes, sir.
00:16Yes, sir.
00:17Yes, sir.
00:18Yes, sir.
00:23Yes, sir.
00:23Yes, sir.
00:23Sorry.
00:24No.
00:25Yes, sir.
00:26Do you still have to do?

Recommended