Skip to playerSkip to main content
  • 4 minutes ago
ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପଳାଶୁଣୀ ପୋଲ ନିକଟରେ ଏକ ଇଭି କାର୍ ଅଚାନକ  ଜଲିଯାଇଛି । ଗାଡି ଭିତରେ ଥିବା କାର ଚାଳକ ଏବଂ ଅନ୍ୟ ଯାତ୍ରୀମାନେ ନିଆଁ ଲାଗିଲା ପରେ ଜୀବନ ବଞ୍ଚାଇବାକୁ କାରରୁ ବାହାରିଯାଇଥିଲେ । ସେମାନେ ଗାଡି ଛାଡି ଚାଲିଯାଇଥିଲେ । ପରବର୍ତ୍ତୀ ସମୟରେ କାରଟି ହୁତୁହୁତୁ ହୋଇ ଜଳି ଉଠିଥିଲା । ଫଳରେ ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିଲା । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । 

ଅଗ୍ନିଶମ ବିଭାଗର ସୂଚନା ମୁତାବକ, କାର୍‌ଟି କଟକରୁ ରସୁଲଗଡ଼ ଆଡ଼କୁ ଆସୁଥିଲା । ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ୫୦ ସମୟରେ କାରରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା । ଏହାର କିଛି ସମୟ ପରେ କାର୍ ଭିତରୁ ଧୂଆଁ ବାହାରିବା ଆରମ୍ଭ କରିଥିଲା । ଏଥିରେ ଚାଳକ ଭୟଭୀତ ହୋଇ ଯାଇଥିଲେ । କାର୍‌ରେ ନିଆଁ ଲାଗିବା ଆରମ୍ଭ ହେବାରୁ ଭିତରେ ବସିଥିବା ଯାତ୍ରୀଙ୍କୁ ଓହ୍ଲାଇ ଦେଇ ଚାଳକ ଗାଡି ଛାଡି ଚାଲି ଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ପୂର୍ବରୁ ମଧ୍ୟରେ ଭୁବନେଶ୍ୱରରେ ଏଭଳି ଏକାଧିକ ଗାଡି ଅଗ୍ନିକାଣ୍ଡ ଘଟିଛି । ଏପ୍ରିଲ ୨୨ରେ ୧୬ ନଂ. ଜାତୀୟ ରାଜପଥର ପଳାଶୁଣି ବ୍ରିଜ ନିକଟରେ ଏକ ଚଳନ୍ତା ଟ୍ରକ୍ ଜଳିଯାଇଥିଲା । ଏହି ଅଗ୍ନିକାଣ୍ଡରେ ଟ୍ରକର ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତିଯାଇଥିଲେ । ତେବେ ଏଥିପାଇଁ ଜାତୀୟ ରାଜପଥରେ ଅସମ୍ଭାଳ ଭିଡ ମଧ୍ୟ ସୃଷ୍ଟି ହୋଇଥିଲା । ଏହା ମଧ୍ୟ ପଢ଼ନ୍ତୁ...ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ; ସର୍ଟ ସର୍କିଟରୁ ଲାଗିଲା ନିଆଁ, ଆୟତ୍ତ କଲା ଅଗ୍ନିଶମ ବାହିନୀବର୍ଷକରେ ୮୦୦ କୋଠାକୁ ହୋଇଛି ନୋଟିସ୍; ଆହୁରି କଡ଼ାକଡ଼ି ହେବ ଅଗ୍ନି ନିରାପତ୍ତା ନିୟମ

Category

🗞
News
Transcript
00:03The
00:04The
00:04The
Comments

Recommended