• 6 weeks ago
ସମ୍ବଲପୁର: ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଏଥିରେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ବ୍ରଜରାଜନଗରର ପୂର୍ବତନ ବିଧାୟିକା ଅଳକା ମହାନ୍ତିଙ୍କ ସହ ବହୁ ଦଳୀୟ କର୍ମୀ ନେତା ସାମିଲ ହୋଇଥିଲେ । ବିଜେଡି ଅଭିଯୋଗ କରିଛି ଯେ, ରାଜ୍ଯରେ ବର୍ତ୍ତମାନର ବିଜେପି ସରକାର ଗାଁ ଗାଁରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି, ଏହାସହ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ମଧ୍ୟ ପାଳନ କରୁନାହାନ୍ତି l କଲେଜ ଗୁଡ଼ିକରେ ପୂର୍ବରୁ ଚାଲିଥିବା ବିଭିନ୍ନ ଛାତ୍ରଛାତ୍ରୀ କଲ୍ୟାଣ ମୂଳକ ଯୋଜନା ଯେପରିକି ପାଠପଢ଼ା ପ୍ରତି ପ୍ରୋତ୍ସାହନ ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) କାର୍ଡକୁ ବନ୍ଦ କରିଦିଆଯାଇଛି । ଯାହାଦ୍ୱାରା ସାଧାରଣ ଜନତା ଏବଂ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ବୈଠକରେ ବିଜେଡି ନେତାମାନେ କରିଛନ୍ତି । ତେଣୁ ସରକାରଙ୍କ ଏହି ବିଫଳତା ସମ୍ପରକରେ ଜନସାଧାରଙ୍କୁ ଅବଗତ କରି ସରକାରଙ୍କ ବିରୋଧରେ ଜନମତ ସଂଗ୍ରହ କରିବା ପଦଯାତ୍ରାର ମୁଖ୍ଯ ଉଦ୍ଦେଶ୍ଯ ।​ ଏହି ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ଚାଷୀ, ମହିଳା ଓ ଯୁବକମାନେ ସ୍ୱେଚ୍ଛାକୃତ ଭାବେ ଯୋଗଦେଇଥିଲେ । ଯାହା ଜନସାଧାରଣଙ୍କ ସରକାର ବିରୋଧୀ ଆଭିମୁଖ୍ଯକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ । ଗଣତାନ୍ତ୍ରିକ ଅଧିକାର ଓ ସେମାନଙ୍କ ହକ ପାଇଁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର ଓ ବ୍ଯାପକ କରାଯିବ ଏବଂ ବନ୍ଦ ହୋଇଥିବା ଜନକଲ୍ୟାଣ ଯୋଜନାଗୁଡ଼ିକୁ ପୁନର୍ବାର କାର୍ଯ୍ୟକାରୀ କରାଇବା ପାଇଁ ସରକାରଙ୍କୁ ବାଧ୍ୟ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । 

 ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କୌଣସି ସ୍ୱତନ୍ତ୍ର ରଣନୀତି ନ ଥିଲେ ମଧ୍ୟ ଦଳ ସବୁବେଳେ ପ୍ରସ୍ତୁତ ଓ ଲୋକଙ୍କ ସୁଖଦୁଃଖରେ ସାମିଲ ହେବା ପ୍ରକ୍ରିୟା କ୍ରମାଗତ ଭାବେ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
 ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା: ୧୦ ହଜାରରୁ ଅଧିକ କର୍ମକର୍ତ୍ତା ସାମିଲବଦଳୁଛି ନବୀନଙ୍କ ରାଜନୈତିକ ଆଭିମୁଖ୍ୟ ! ଟ୍ରେଣ୍ଡକୁ ଆଗୁଆ ଆକଳନ କରି ରଣନୀତି ବଦଳାଉଛି କି ବିଜେଡି ?ଇଟିଭି ଭାରତ, ସମ୍ବଲପୁର

Category

🗞
News
Transcript
00:28Thank you so much for joining us.
00:54Thank you so much for joining us.

Recommended