Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
Watch: ତେଲ ନଦୀରେ କୁମ୍ଭୀର, ନଦୀ ଭିତରକୁ ନଯିବାକୁ ପରାମର୍ଶ ଦେଲା ବଲାଙ୍ଗୀର ବନବିଭାଗ
8 minutes ago
ବଲାଙ୍ଗୀର: ତେଲ ନଦୀରେ କୁମ୍ଭୀର ଆତଙ୍କ । ଦୁଇ ଦିନ ହେବ ତୁଷୁରା ଓ ଦେଓଗାଁ ନିକଟରେ ତେଲ ନଦୀ ଓ ସନଗୋଡ ନଦୀ ଭିତରେ କୁମ୍ଭୀର ଦୃଶ୍ୟମାନ ହେଉଛି । ନଦୀ ଭିତରକୁ ନ ଯିବାକୁ ଲୋକଙ୍କୁ ସତର୍କ କରାଇଲା ବନ ବିଭାଗ । କୁମ୍ଭୀରକୁ ଧରିବାକୁ ବନ ବିଭାଗର ପ୍ରୟାସ ଆରମ୍ଭ ହୋଇଛି ।
ବଲାଙ୍ଗୀର ଦେଓଗାଁ ତୁଷୁରା ଦେଇ ପ୍ରବାହିତ ହେଉଥିବା ତେଲ ନଦୀରେ ଦୁଇ ଦିନ ହେବ ଏକ କୁମ୍ଭୀର ବୁଲୁ ଥିବାର ଦୃଶ୍ୟମାନ ହୋଇଛି । ପ୍ରଥମେ ତୁଷୁରା ନିକଟ ତୁର୍ଲା ଗ୍ରାମ ନିକଟରେ ତେଲ ନଦୀ ମୁହାଣରେ ଲୋକେ ଏହି କୁମ୍ଭୀରକୁ ଦେଖି ଥିଲେ । କିଛି ଘଣ୍ଟା ପରେ ତେଲ ନଦିର ଶାଖା ନଦୀ ସଂଗୋଡ ନଦୀରେ ଏହି କୁମ୍ଭୀରକୁ ଲୋକେ ଦେଖିଥିଲେ । ଯେଉଁଥିରେ ତୁଷୁରା ନିକଟସ୍ଥ ନଦୀର ପମ୍ପ ହାଉସ ଓ ଏବେ ଦେଓଗାଁ ବ୍ଲକ ଜରାସିଂହା ତୁଷୁରା ରାସ୍ତାର ସଙ୍ଗୋଡ ବ୍ରିଜ୍ ତଳେ ଏହି କୁମ୍ଭୀର ପୁଣି ଦୃଶ୍ୟମାନ ହୋଇଛି । ନଦୀରେ ଅଳ୍ପ ପାଣି ଥିବା ବେଳେ କୁମ୍ଭୀରଟି ବ୍ରିଜ୍ ଖମ୍ୱ ତଳେ ଜମିଥିବା ପାଣିରେ ଥିବା ଲୋକେ ଦେଖିଥିଲେ । ସେପଟେ କୁମ୍ଭୀରକୁ ଦେଖିବାକୁ ଏଠି ପ୍ରବଳ ଭିଡ଼ ଜମିଥିଲା । ଅନ୍ୟପଟେ ଲୋକେ ପାଣି ଭିତରକୁ ଯାଇ କୁମ୍ଭୀରକୁ ଠେଙ୍ଗା ପଥର ମାରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ବନ ବିଭାଗର ଅଧିକାରୀ ମାନେ ଗତ କାଲିଠୁଁ ଏ ଅଞ୍ଚଳରେ ନିୟୋଜିତ ଅଛନ୍ତି । ଏବଂ ନଦୀ ଭିତରକୁ ନ ଯିବାକୁ ଲୋକଙ୍କୁ ତଥା ଆଖ ପାଖ ଗ୍ରାମରେ ମାଇକ୍ ଯୋଗେ ଘୋଷଣା କରୁଛି । ସେହିପରି ବନ ବିଭାଗର କର୍ମଚାରୀ ଜାଲ ନେଇ କୁମ୍ଭୀରକୁ ଧରିବାର ପ୍ରୟାସ ଜାରି ରଖିଛନ୍ତି । ଲୋକଙ୍କ ମଧ୍ୟରେ କୁମ୍ଭୀରକୁ ନେଇ ଆତଙ୍କ ଥିବା ବେଳେ କିଛି ଲୋକ ବିପଦପୂର୍ଣ୍ଣ ଭାବରେ କୁମ୍ଭୀର ପାଖକୁ ଯିବା ଚେଷ୍ଟା ମଧ୍ୟ କରୁଛନ୍ତି ।
ଏନେଇ ବଲାଙ୍ଗୀର ଡିଭିଜନ ଏସିଏଫ୍ ମାନସ ବେହେରା କହିଛନ୍ତି, ‘ଲୋକ ଆମକୁ ଖବର ଦେଇଥିଲେ । ଯାହାକୁ ଭିତ୍ତି କରି ଆମେ ସଂପୃକ୍ତ ସ୍ଥାନକୁ ଆମ ବନ କର୍ମଚାରୀ ଓ ଅଧିକାରୀ ପଠାଇଥିଲୁ । ଲୋକଙ୍କୁ ମାଇକ୍ ଯୋଗେ ଆମେ ନଦୀ ଭିତରକୁ ନ ଯିବାକୁ ନିବେଦନ କରିଛୁ । ସେହିପରି ପ୍ରଥମେ ତେଲ ନଦୀ ଓ ପରେ ତାର ଶାଖା ନଦୀ ସଙ୍ଗୋଡରେ ହିଁ କୁମ୍ଭୀର ଥିବାର ଖବର ଆସିଛି । ଏହା ଉପରେ ତୀକ୍ଷ୍ଣ ନଜର ରଖିଛୁ ।’ ଲୋକ ବିପଦ ପୂର୍ଣ୍ଣ ଭାବରେ କୁମ୍ଭୀର ପାଖକୁ ନଯିବାକୁ ଆମେ ଅପିଲ କରୁଛୁ ବୋଲି ସେ କହିଛନ୍ତି ।
ତେବେ ପୂର୍ବରୁ ଏହିଭଳି ସଇଁନ୍ତଳା ଓ ବେଲଗାଁ ଟିଟିଲାଗଡ ଅଞ୍ଚଳରୁ ମଧ୍ୟ କୁମ୍ଭୀର ଥିବାର କିଛି ଫଟୋ ଭାଇରାଲ ହୋଇଥିଲା। ପରେ ବନ ବିଭାଗ ତାର ତଦନ୍ତରେ ସେ ସବୁ ଏଆଇ ଥିବାର ସ୍ପଷ୍ଟ ହୋଇଥିଲା । ସେହିପରି ବର୍ତ୍ତମାନର ଏହି କୁମ୍ଭୀର ଖବରକୁ ମଧ୍ୟ ବନ୍ ବିଭାଗ ଯାଞ୍ଚ କରିଥିଲା । ହେଲେ କୁମ୍ଭୀର ଥିବାର ସ୍ପଷ୍ଟ ଜଣାପଡ଼ିଥିଲା । ଏହା ମଧ୍ୟ ପଢନ୍ତୁ:ଗୁହାଳ ପରେ ପୋଖରୀରେ ପଶିଲା କୁମ୍ଭୀର, ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତରଗାଁ ପୋଖରୀରେ ଲୁଚି ରହିଥିଲା 4 ଫୁଟ ଲମ୍ବର ମଗର କୁମ୍ଭୀର, ଉଦ୍ଧାର କଲା ମାଲକାନଗିରି ବନ ବିଭାଗଇଟିଭି ଭାରତ, ବଲାଙ୍ଗୀର
Category
🗞
News
Transcript
Display full video transcript
00:00
Thank you for listening.
00:34
Thank you for listening.
Show less
Recommended
1:14
|
Up next
Watch: ନୀଳଗିରି ବନ କାର୍ଯ୍ୟାଳୟ ମାଲଖାନାରେ ଅଗ୍ନିକାଣ୍ଡ
ETVBHARAT
3 days ago
0:46
Watch: ପୁରୀର ରେଲୱେ କୋଚିଂ ଡିପୋରୁ ବିଶାଳ ୧୨ ଫୁଟ ଅଜଗର ଉଦ୍ଧାର
ETVBHARAT
3 weeks ago
3:04
ନବରାତ୍ରିର ତୃତୀୟ ଦିନ: କଳାକଲି ବେଶରେ ଦର୍ଶନ ଦେଉଛନ୍ତି କାକଟପୁର ମା' ମଙ୍ଗଳା
ETVBHARAT
3 weeks ago
2:19
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ମହୋତ୍ସବର ପଡିଲା ମୂଳଦୁଆ; ସମସ୍ତ ପୂଜା ମଣ୍ଡପ ପକ୍ଷରୁ ଶୁଭ ମାଟି ଅନୁକୂଳ
ETVBHARAT
6 weeks ago
1:19
Watch: ଦଳରୁ ଉତ୍କୃଷ୍ଟ ସୃଷ୍ଟି, ଡାଲ ହ୍ରଦ ଘାସରୁ ତିଆରି କରୁଛନ୍ତି ମୂଲ୍ୟବାନ ସାଜସଜ୍ଜା ଉପକରଣ
ETVBHARAT
6 weeks ago
2:39
SIT करेगी देवास TI मर्डर केस की जांच, भाजपा का दावा-शराब तस्करों से जुड़े कांग्रेस नेता के तार
ETVBHARAT
15 minutes ago
2:17
ఏపీపై మురసు ఎఫెక్ట్ - పలు జిల్లాల్లో కురుస్తున్న వర్షాలు
ETVBHARAT
20 minutes ago
1:54
इंदौर में एक छत के नीचे जुटे RSS के थिंक टैंक, युवाओं को संघ से जोड़ने के लिए नया प्लान
ETVBHARAT
20 minutes ago
6:04
चक्रवाती तूफान अर्नब ने किसानों की मेहनत पर फेरा पानी, खेतों में बिछी धान की फसल, कर्ज चुकाने की चिंता बढ़ी
ETVBHARAT
26 minutes ago
2:13
Diwali 2026 : भीलवाड़ा सरस डेयरी देगा पशुपालकों को 12 करोड़ का बोनस, 40 टन मिठाइयों की होगी बिक्री
ETVBHARAT
27 minutes ago
1:32
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
2 months ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
3 months ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
4 months ago
3:19
121 ବର୍ଷ ଧରି ଶ୍ରୀବନ୍ତପୁର ଗାଁରେ ଚାଲିଛି ରାମରାଜା ଉତ୍ସବ, ପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼
ETVBHARAT
5 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
6 months ago
2:43
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ
ETVBHARAT
7 months ago
3:57
ଗଜମୁଆଁରେ ପାରଳା ମହାରାଜାଙ୍କ ପ୍ରତିକୃତି, ଧୂମଧାମରେ ପରମ୍ପରା ପାଳିଲେ ଗଜପତିବାସୀ
ETVBHARAT
7 months ago
3:10
ପୁରୀ ସମୁଦ୍ରରେ ଦେଖିବାକୁ ମିଳିଲା ଡଲଫିନ; ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ
ETVBHARAT
9 months ago
3:06
୨୩ତମ ବଲାଙ୍ଗୀର ଲୋକ ଉତ୍ସବ ଉଦଘାଟିତ, ଲୋକନୃତ୍ୟରେ କମ୍ପିଲା ଶୀତୁଆ ସନ୍ଧ୍ୟା
ETVBHARAT
10 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
10 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
11 months ago
2:28
ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା, ସଫା ହେଲା ବିନ୍ଦୁ ସାଗର, ବଢୁଛି ସୋଲ ଡ଼ଙ୍ଗାର ଚାହିଦା
ETVBHARAT
1 year ago
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
1 year ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
1 year ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
1 year ago