Skip to playerSkip to main content
  • 18 minutes ago
​ନିମାପଡ଼ା(ପୁରୀ) : ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସକାଳ ପ୍ରାୟ ୧୦ଟା ସମୟରେ ସନ୍ଧ୍ୟାର ଭ୍ରମ ସୃଷ୍ଟି ହୋଇଥିଲା ।ଅନ୍ଧାର ହୋଇଯିବାରୁ ସବୁ ଷ୍ଟ୍ରିଟ୍ ଲାଇଟ୍ ଜାଳି ଥିଲା ଏବଂ ଅତି ପ୍ରବଳ ବର୍ଷା ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ​ପରିସ୍ଥିତି ଏପରି ହୋଇଛି ଯେ, ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ସମ୍ପୂର୍ଣ୍ଣ ଖାଁ ଖାଁ ରହିଛି ଏବଂ ପର୍ଯ୍ୟଟକଙ୍କ ସଂଖ୍ୟା ବହୁତ କମ୍ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ, ଚନ୍ଦ୍ରଭାଗା ବେଳାଭୂମିରେ ସମୁଦ୍ରର ରୂପ ଅତି ଭୟଙ୍କର ହୋଇଉଠିଛି । ସମୁଦ୍ରରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି । ​ପ୍ରଶାସନ ପକ୍ଷରୁ ସମୁଦ୍ର କୂଳକୁ ଯିବା ପାଇଁ କଟକଣା ଜାରି କରାଯାଇଥିବା ବେଳେ ଲାଇଫ ଗାର୍ଡ ମୁତୟନ କରାଯାଇ ପର୍ଯ୍ୟଟକ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଉଛି । ତେବେ କିଛି ସମୟ ପାଇଁ ବର୍ଷା ଛାଡ଼ିବା ପରେ ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକ ଚଦ୍ରଭାଗା ବେଳାମାର୍ଗରେ ଏହାର ମଜ୍ଜା ନେଉଛନ୍ତି । ଏପରିସ୍ଥିତିରେ ଧାନ ଚାଷ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି । ଏନେଇ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳରୁ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ବିରଞ୍ଜନ ମଲ୍ଲିକ...ଏହା ମଧ୍ୟ ପଢ଼ନ୍ତୁ: Cyclone Arnab: ପ୍ରଭାବିତ ହୋଇନି ବିମାନସେବା, ୧୪ଟି ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍‌କୁ ବାତିଲ୍ କରାଯାଇଛିଏହା ମଧ୍ୟ ପଢ଼ନ୍ତୁ: ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ କେଏମସିର ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ, ହଟିଲା ତୋରଣ ହୋଡିଂ ଇଟିଭି ଭାରତ, ନିମାପଡ଼ା

Category

🗞
News
Transcript
00:00foreign
00:02foreign
00:02foreign
00:02foreign
00:05foreign
00:06Thank you very much.
01:03Thank you very much.
01:36Thank you very much.
02:01Thank you very much.
02:08Thank you very much.
02:10Thank you very much.
02:24Thank you very much.
02:52Thank you very much.
03:04Thank you very much.
03:10Thank you very much.
03:41Thank you very much.
03:43Thank you very much.
03:58Thank you very much.
04:34Thank you very much.
04:48Thank you very much.

Recommended