Skip to playerSkip to main content
  • 23 hours ago
ଯାଜପୁର: ଆଜି ଜଗତଜନନୀ ମା' ଦୁର୍ଗାଙ୍କ ପବିତ୍ର ମହାନବମୀ । ଏହି ଅବସରରେ ବ୍ୟାସନଗର ସ୍ଥିତ ନହକା ପୂଜା ମଣ୍ଡପରେ କୁମାରୀ ବେଶରେ ପୂଜା ପାଇଲେ ମା' ଦୁର୍ଗା । ଆଜି ମା'ଙ୍କ ନିକଟରେ କୁମାରୀ ପୂଜା ଅନୁଷ୍ଠିତ ହୋଇଛି । ପରମ୍ପରା ଅନୁସାରେ କୁନି କୁନି କନ୍ୟା ମାନଙ୍କୁ ପୂଜା କରାଯାଇଛି । ବିଶ୍ୱାସ ରହିଛି ଯେ, ଆଜି କୁନି କୁନି ଝିଅଙ୍କୁ ପୂଜା କଲେ ସମାଜ ଏବଂ ପରିବାରର ମଙ୍ଗଳ ହୁଏ । ଏହାକୁ ଦୃଷ୍ଟିରେ ରଖି ନହକା ପୂଜା ମଣ୍ଡପରେ ଶ୍ରଦ୍ଧାଳୁମାନେ କୁମାରୀମାନଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଯାହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଜଣେ ଶ୍ରଦ୍ଧାଳୁ କହିଛନ୍ତି,"ଏଠାରେ ମା'ଙ୍କ ଆଶୀର୍ବାଦରୁ ଦୀର୍ଘ 20 ବର୍ଷ ହେଲା ଦୁର୍ଗାପୂଜା ଆୟୋଜନ ହୋଇଆସୁଛି । ପରିବାରର କଲ୍ୟାଣ ପାଇଁ ପ୍ରତିବର୍ଷ ନବମୀ ତିଥିରେ ଏଠାରେ କୁମାରୀ କନ୍ୟାମାନଙ୍କୁ ପୂଜା କରିବା ପରମ୍ପରା ରହିଛି ।"ସେହିପରି ସହରର ଛଅଟି ସ୍ଥାନରେ ମା'ଙ୍କ ପୂଜାର୍ଚ୍ଚନା ଚାଲିଛି । ବସ୍ ଷ୍ଟାଣ୍ଡ, ନହକା, ଚୋରଦା, ଧବଳ ଗିରି, ମୁଣ୍ଡମାଳ ଏବଂ କହ୍ନେଇ ପୁର ଆଦି ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ରୀତିନୀତି ଅନୁସାରେ ମା'ଙ୍କର ସମସ୍ତ ପୂଜାର୍ଚ୍ଚନା ଜାରି ରହିଛି । ଧୂପ, ଦୀପ ଓ ମନ୍ତ୍ର ଧ୍ୱନିରେ ପୁରା ପରିବେଶ ଭକ୍ତିମୟ ହୋଇଉଠିଛି । ଏହା ମଧ୍ୟ ପଢନ୍ତୁ...ପୁରୀରେ ଚଳଚଞ୍ଚଳ ଦୁର୍ଗାପୂଜା ମଣ୍ଡପ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ଏହା ମଧ୍ୟ ପଢନ୍ତୁ... Watch: ମହାଷ୍ଟମୀରେ କଟକରେ ରେକର୍ଡ଼ ସଂଖ୍ୟକ ଭିଡ଼, ମଣ୍ଡପକୁ ଛୁଟୁଛି ଭକ୍ତଙ୍କ ସୁଅଇଟିଭି ଭାରତ, ଯାଜପୁର

Category

🗞
News
Transcript
00:00foreign

Recommended