ତେହେରାନ୍: ଇରାନର ରିଭୋଲ୍ୟୁସନାରୀ ଗାର୍ଡସ୍ ମଙ୍ଗଳବାର ଦେଶର ଲୁକ୍କାୟିତ ଭୂତଳ କ୍ଷେପଣାସ୍ତ୍ର ସହର (missile city)ର ଝଲକ ଦୁନିଆ ସାମ୍ନାରେ ରଖିଛନ୍ତି । ଏଥିରେ ନୂତନ ଟେକ୍ନୋଲୋଜିର ସର୍ଫେସ୍ ଟୁ ସର୍ଫେସ୍ ମିସାଇଲ୍ ଦେଖିବାକୁ ମିଳିଥିବା ବେଳେ କିଛି ମିସାଇଲ୍ ବିଷୟରେ ଜଣାପଡିନାହିଁ । ଦେଶର ଟେଲିଭିଜନ ଏକ ଏଡିଟେଡ୍ ଏବଂ ଆଂଶିକ ଭାବେ ଅସ୍ପଷ୍ଟ (blurred) ଭିଡିଓ ପ୍ରସାରଣ କରିଛି । ଯେଉଁଥିରେ ସଶସ୍ତ୍ର ବାହିନୀର ଜେନେରାଲ ଷ୍ଟାଫ୍ ମୁଖ୍ୟ, ମେଜର ଜେନେରାଲ ଅଲି ଅବଦୋଲାହିଙ୍କୁ ଏକ ଭୂତଳ କେନ୍ଦ୍ର ପରିଦର୍ଶନ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ଅଲି ଅବଦୋଲାହି ଏବଂ IRGC ଏରୋସ୍ପେସ୍ ଫୋର୍ସର କମାଣ୍ଡର ମଜିଦ ମୌସାଭିଙ୍କୁ ନୂତନ କ୍ଷେପଣାସ୍ତ୍ର ସହର (missile city) ପରିଦର୍ଶନ କରୁଥିବାର ଦେଖାଯାଉଛି।ଏହି ଭିଡିଓଟି କେଉଁଦିନର ଏବଂ କେଉଁ ସମୟରେ ଏହାକୁ ରେକର୍ଡ କରାଯାଇଛି ଏହା ସହିତ ଏହା କେଉଁଠାରେ ଅବସ୍ଥିତ ସେନେଇ କୌଣସି ତଥ୍ୟ ପ୍ରକାଶ ପାଇନାହିଁ । ଏହା ପୂର୍ବରୁ, IRGC କହିଥିଲା ଯେ, ଏହାର ଏରୋସ୍ପେସ୍ ବିଭାଗ ଭୂତଳ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିଛି ଏବଂ ନିରନ୍ତର ଭାବେ ନିଜ କ୍ଷେପଣାସ୍ତ୍ରଗୁଡ଼ିକର ରେଞ୍ଜ୍ ବୃଦ୍ଧି କରୁଛି ।ଏହା ମଧ୍ୟ ଦେଖନ୍ତୁ:ସୁରକ୍ଷାକର୍ମୀଙ୍କୁ ମିଠା ଖୁଆଇଲେ, ପାରମ୍ପରିକ ଆଦିବାସୀ ଗୀତରେ ଝୁମିଲେ ପ୍ରଧାନମନ୍ତ୍ରୀ
Transcript
00:00Music
00:04Music
00:05Music
00:05Music
00:07Music