Skip to playerSkip to main content
  • 4 weeks ago
ବିଜୟୱାଡ଼ା (ଆନ୍ଧ୍ରପ୍ରଦେଶ): ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜୟୱାଡ଼ାସ୍ଥିତ କନକଦୁର୍ଗା ମନ୍ଦିରରେ ଗତକାଲି (ବୁଧବାର) ଦର୍ଶନ କରିଛନ୍ତି । ମନ୍ଦିରର ଗର୍ଭଗୃହରେ ପୂଜା ସମ୍ପନ୍ନ କରିବା ପରେ ଆଶୀର୍ବାଦ ଭିକ୍ଷା କରିଥିଲେ ।ମନ୍ଦିର କର୍ତ୍ତୃପକ୍ଷ ରାଷ୍ଟ୍ରପତିଙ୍କୁ ଏକ ରେଶମୀ ବସ୍ତ୍ର, ଏକ ସ୍ବତନ୍ତ୍ର ଉତ୍ତରୀୟ ଏବଂ ଏକ ଚିତ୍ରପଟ ପ୍ରଦାନ କରିଥିଲେ । ଇନ୍ଦ୍ରକିଲଦ୍ରୀ ଠାରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଆନ୍ଧ୍ରପ୍ରଦେଶ ଗୃହମନ୍ତ୍ରୀ ଅନୀତା, ସାଂସଦ କେଶିନେନି ଚିନ୍ନି, ଅଧ୍ୟକ୍ଷ ରାଧାକୃଷ୍ଣ ଏବଂ ଇଓ ସେନା ନାୟକ ସ୍ୱାଗତ କରିଥିଲେ । ରାଷ୍ଟ୍ରପତି ଭକ୍ତମାନଙ୍କୁ ଧାଡ଼ିରେ ଅଭିବାଦନ ଜଣାଇ ମନ୍ଦିରରେ ପ୍ରବେଶ କରିଥିଲେ ।ଏକ ସ୍ବତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ଦିଲ୍ଲୀରୁ ଗନଭରମ୍ ଏୟାରପୋର୍ଟରେ ପହଞ୍ଚିଥିଲେ । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଜଷ୍ଟିସ (ଅବସରପ୍ରାପ୍ତ) ଅବଦୁଲ ନାଜିର, କେନ୍ଦ୍ର ମନ୍ତ୍ରୀ କମଲେଶ ପାସୱାନ ଏବଂ ପେମାସାନି ଚନ୍ଦ୍ରଶେଖର, ରାଜ୍ୟ ମନ୍ତ୍ରୀ ଲୋକେଶ, ଅନୀତା ଏବଂ କୋଲୁ ରବିନ୍ଦ୍ର, ସାଂସଦ ଭାଲାବାନେନି ବାଲାଶୌରୀ, ବିଜେପି ରାଜ୍ୟ ସଭାପତି ପିଭିଏନ ମାଧବ ଏବଂ ଅନ୍ୟମାନେ ତାଙ୍କୁ ସ୍ୱାଗତ କରିଛନ୍ତି ।  ଏହା ପରେ ସଡ଼କପଥରେ ରାଷ୍ଟ୍ରପତି ବିଜୟୱାଡ଼ାରେ ପହଞ୍ଚିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖିରେ ରଖି ଶ୍ରଦ୍ଧାଳୁଙ୍କ ଦର୍ଶନକୁ ଅଧଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା ।ଆହୁରି ଦେଖନ୍ତୁ:କୁଲା ଓ 3Dରେ କଳାକୃତି କରି ରାଷ୍ଟ୍ରପତିଙ୍କ ପାଇଁ ଉପହାର ଆଣିଲେ ଦୁଇ ଗଞ୍ଜାମ ଯୁବକ

Category

🗞
News
Transcript
00:00Thank you very much.
00:41Thank you very much.
01:21Thank you very much.
01:44Thank you very much.

Recommended