Skip to playerSkip to main content
  • 20 hours ago
ପୁରୀ: ଶାରଦୀୟ ଦୂର୍ଗାପୂଜା ଅବସରରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସପତ୍ନୀଙ୍କ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ସେବାୟତ ଓ ପ୍ରାଶାସନିକ ଅଧିକାରୀ ତାଙ୍କୁ ସ୍ବାଗତ କରିଥିଲେ । ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପରେ ମା' ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରିଥିଲେ । ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ମିଳିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଜଗତଜନନୀ ମା' ଦୁର୍ଗା ସମସ୍ତଙ୍କର ମଙ୍ଗଳ କରନ୍ତୁ ।ପୂର୍ବରୁ ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସପତ୍ନୀଙ୍କ ଶ୍ରୀମନ୍ଦିରରେ ଉପସ୍ଥିତ ରହି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ପାର୍ଶ୍ଵଦେବାଦେବୀ ମନ୍ଦିରରେ ଦର୍ଶନ ଏବଂ ସାନିଧ୍ୟ ନେଇଥିଲେ । ସେଠାରେ ଭକ୍ତ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଭୋଗ ମିଠା ବାଣ୍ଟି ଥିଲେ । ଅନ୍ୟପଟରେ ସିଂହଦ୍ୱାର ଠାରେ ତାଙ୍କୁ ସେବାୟତ ମାନେ ସ୍ୱାଗତ କରିଥିଲେ । ଏହା ବି ପଢନ୍ତୁ- ପୁରୀରେ ଚଳଚଞ୍ଚଳ ଦୁର୍ଗାପୂଜା ମଣ୍ଡପ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ଇଟିଭି ଭାରତ, ପୁରୀ

Category

🗞
News
Transcript
00:00સામી આજી ભાગ્યારે થીલે માા પ્રભંકા પાદતલે દસારા પ્રસુભાબસરે માં કરિવી દરસાણ કરિવાર
00:29સાસાવુ સોરદ બળુ એટા હી માંકા પખેર કામાં દસ્રારા અનએક અનએક અભિણદં સમસ્તુંગી

Recommended