Skip to playerSkip to main content
  • 5 minutes ago
ଶ୍ରୀନଗର (ଜମ୍ମୁ କାଶ୍ମୀର): ଭାରତର ଭୂସ୍ବର୍ଗ ଭାବେ 'କାଶ୍ମୀର' ସାରା ବିଶ୍ବରେ ପ୍ରସିଦ୍ଧ । ଗତ ରାତିରେ ଅନବରତ ବରଫପାତ ଯୋଗୁଁ ଚାରି ଆଡ଼େ ମନୋମୁଗ୍ଧକର ଦୃଶ୍ୟ ଦେଖିବାକୁ ମିଳୁଛି । ସଦ୍ୟ ତୁଷାରପାତ ଯୋଗୁଁ ଧଳା ବରଫ ଚାଦରରେ ଢାଙ୍କି ହୋଇଯାଇଛି ଜମ୍ମୁ କାଶ୍ମୀର । କୁପୱାରା, ବାନ୍ଦିପୋରା, ଗୁରେଜ, ସୋନମାର୍ଗ ଓ ଗୁଲମାର୍ଗ ଆଦି ସ୍ଥାନରେ ତୁଷାରପାତ ସହିତ ବର୍ଷା ପାଣିପାଗରେ ଯଥେଷ୍ଟ ପରିବର୍ତ୍ତନ ଆଣିଛି । ଫଳରେ କାଶ୍ମୀର ଉପତ୍ୟକାରେ ରାସ୍ତାଘାଟ ବରଫାବୃତ ହୋଇଛି ଓ ଯାତାୟତ ପ୍ରଭାବିତ ହେବା ସହିତ ଟ୍ରାଫିକ୍ ଆଡ୍‌ଭାଇଜରୀ ଜାରି କରାଯାଇଛି । ବନ୍ଦିପୋରା ଜିଲ୍ଲାର ଗୁରେଜ୍ ଉପତ୍ୟକାର ସମତଳ ଅଞ୍ଚଳଗୁଡ଼ିକ ଗୁରୁବାର ଅପରାହ୍ନରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ପ୍ରବଳ ତୁଷାରପାତରେ ଢାଙ୍କି ହୋଇ ରହିଥିଲା । ଦୱାର, ଚୁରୱାନ୍, ବକ୍ତୁର ଏବଂ କଞ୍ଜାଲୱାନ୍ ଆଦି ଅଞ୍ଚଳରେ ତୁଷାରପାତ ହୋଇଥିଲା । ଯାହା ଫଳରେ ସମଗ୍ର ପରିବେଶ ବରଫରେ ଆଚ୍ଛାଦିତ ହୋଇ ଯାଇଥିଲା । ପ୍ରବଳ ବରଫ ଯୋଗୁଁ 'ରାଜଦାନ ପାସ୍' (Razdan Pass) ବନ୍ଦ ହୋଇଯାଇଛି । ଗୁରେଜକୁ ବାନ୍ଦିପୋରା ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳ ସହିତ ସଂଯୋଗ ପାଇଁ ଏହା ଏକମାତ୍ର ରାସ୍ତା । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଉପତ୍ୟକାଟି ସଡ଼କ ପଥରୁ ବିଚ୍ଛିନ୍ନ ହୋଇପଡ଼ିଛି ।ପାଗର ସ୍ଥିତି ଏବଂ ରାସ୍ତା ବନ୍ଦ ଥିବା କାରଣରୁ, କର୍ତ୍ତୃପକ୍ଷ ପର୍ଯ୍ୟଟକ ଓ ଅନ୍ୟ ଯାତ୍ରୀମାନଙ୍କୁ ଗୁରେଜ୍ ଛାଡ଼ି ଚାଲିଯିବାକୁ ଏବଂ ସେହି ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି । ଗୁଲମାର୍ଗ, ସୋନମାର୍ଗ ଓ ଉତ୍ତର କାଶ୍ମୀର ଆଦି ସ୍ଥାନରେ ବର୍ଷର ପ୍ରଥମ ତୁଷାରପାତ ଘଟିଛି । ଏହି ଅଞ୍ଚଳର କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଥିବା ରେକର୍ଡ କରାଯାଇଛି । 
 
ଗତ 24 ଘଣ୍ଟା ମଧ୍ୟରେ ଗୁଲମାର୍ଗରେ ସର୍ବାଧିକ 40.6 ମିମି ବର୍ଷା ରେକର୍ଡ କରାଯାଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏହା ମଧ୍ୟ ଦେଖନ୍ତୁ:Watch: ବାଃ କି ସୁନ୍ଦର...ବରଫ ଚାଦର ଢାଙ୍କି ହୋଇଛି ପ୍ରକୃତି

Category

🗞
News
Transcript
00:29Satsang with Mooji
Comments

Recommended