Skip to playerSkip to main content
  • 1 day ago
ଢେଙ୍କାନାଳ: ଆଜି ପବିତ୍ର ମହାନବମୀ । ଏହି ଅବସରରେ ଢେଙ୍କାନାଳ ସହରର ବିଭିନ୍ନ ପୂଜା ମଣ୍ଡପରେ ମା' ଦୁର୍ଗାଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଜାରି ରହିଛି । ସେଥିମଧ୍ୟରୁ ସହରର ରାଧାକୃଷ୍ଣ ବଜାର ପୂଜା ମଣ୍ଡପ ଅନ୍ୟତମ ।ଏହି ମଣ୍ଡପରେ ୨୦୦୩ ମସିହାରୁ ଅର୍ଥାତ୍ ଆଜକୁ ପ୍ରାୟ ୨୩ ବର୍ଷ ଧରି ମା'ଙ୍କ ପୂଜା ଆୟୋଜନ ହୋଇଆସୁଛି । ଆଜି ନବମୀ ତିଥିରେ, କୁଆଁରୀ ପୂଜା ପରମ୍ପରାକୁ ଏହି ମଣ୍ଡପରେ ସ୍ୱତନ୍ତ୍ର ଭାବେ ପାଳନ କରାଯାଏ । ୯ ଜଣ ଶିଶୁ କନ୍ୟାଙ୍କୁ ସିଂଘାର କରାଯାଇ ମଣ୍ଡପରେ ମା' ଦୁର୍ଗାଙ୍କର ନବ ଦେବୀ ଭାବେ ଆବାହନ କରାଯାଇଛି ।
 ଆଉ ଏହି ନବ ଦେବୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଛି । ପରେ ଶ୍ରଦ୍ଧାଳୁମାନେ ଏହି ନବ ଦେବୀ ଭାବେ କୁଆଁରୀମାନଙ୍କୁ ଭକ୍ତି ଅର୍ଘ୍ୟ ଓ ଭେଟି ପ୍ରଦାନ କରି ଆଶୀର୍ବାଦ ଭିକ୍ଷା କରିଥିବା ଦେଖିବାକୁ ମିଳିଛି । ଆଉ ଏହି ସ୍ୱତନ୍ତ୍ର ପରମ୍ପରାରେ ସାମିଲ ହୋଇ ମାନସିକଧାରୀ ମାନେ ନିଜର ମାନସିକ ପୂରଣ ପାଇଁ ମା'ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ଏହା ମଧ୍ୟ ପଢନ୍ତୁ...ଆଜି ପବିତ୍ର ମହାନବମୀ; କୁମାରୀ ବେଶରେ ପୂଜା ପାଇଲେ ମା' ଦୁର୍ଗା ଏହା ମଧ୍ୟ ପଢନ୍ତୁ...ପୁରୀରେ ଚଳଚଞ୍ଚଳ ଦୁର୍ଗାପୂଜା ମଣ୍ଡପ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
 
ଇଟିଭି ଭାରତ,ଢ଼େଙ୍କାନାଳ

Category

🗞
News
Transcript
00:28你我
00:59Thank you very much.
01:09Thank you very much.

Recommended