Skip to playerSkip to main content
  • 17 minutes ago
ପୁରୀ: ସ୍ୟାଣ୍ଡ୍ ଆନିମେସନରେ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି । ଆଜି କିମ୍ବଦନ୍ତୀ କଣ୍ଠଶିଳ୍ପୀ ତଥା ଭାରତରତ୍ନ ସ୍ବର୍ଗତ ଲତା ମଙ୍ଗେସକରଙ୍କ ୯୭ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ପୁରୀର ସୁଦର୍ଶନ ସ୍ୟାଣ୍ଡ୍ ଆର୍ଟ୍ ଇନଷ୍ଟିଚ୍ୟୁଟ୍‌ର ଦୁଇ ବିଦ୍ୟାର୍ଥୀ ମୋନାଲିସା ମହାରାଣା ଓ ସୋନାଲି ଆଲୁକ, ଏହି ମହାନ ଗାୟିକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏକ ସ୍ଵତନ୍ତ୍ର ବାଲୁକା କଳା ଆନିମେସନ୍ (Sand Art Animation) ପ୍ରସ୍ତୁତ କରିଛନ୍ତି ।୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଲତା ମଙ୍ଗେସକର ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମ ଗ୍ରହଣ କରିଥିଲେ । ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା । ତାଙ୍କୁ ମାତ୍ର ୧୩ ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କର ହୃଦ୍‌ରେଗରେ ଦେହାନ୍ତ ହୋଇଥିଲା । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ । ଏହା ମଧ୍ୟ ପଢନ୍ତୁ...ପରଲୋକରେ ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌, ଶୋକରେ ଇଣ୍ଡଷ୍ଟ୍ରିଏହା ମଧ୍ୟ ପଢନ୍ତୁ... ଦୁଇ ଭାଗରେ ଆସିବ ଓଡ଼ିଆ ଫିଲ୍ମ 'ରାବଣ'; ଦଶହରାରେ ଆସୁଛି ପାର୍ଟ 1, ଫିଲ୍ମ ଭଲ ନ ଲାଗିଲେ ଓଡ଼ିଶା ଓ ଇଣ୍ଡଷ୍ଟ୍ରି ଛାଡିବି: ଅନୁଭବଇଟିଭି ଭାରତ,ପୁରୀ

Category

🗞
News
Transcript
00:00Thank you so much for joining us.

Recommended